ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ମୁଖ୍ୟ ନିର୍ବାଚନ କମିଶନ । ପ୍ରଚାର ଖର୍ଚ୍ଚ ଉପରେ ଲାଗିବ ବଡ କଟକଣା, ଆସିଲା ରେଟ୍ ଚାର୍ଟ

169

କନକ ବ୍ୟୁରୋ : ବାଜି ସାରିଛି ନିର୍ବାଚନୀ ବିଗୁଲ । ୫ରାଜ୍ୟ ପାଇଁ ଭୋଟଦାନ ତାରିଖ ଘୋଷଣା ପରେ ମୁଖ୍ୟ ନିର୍ବାଚନ କମିଶନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ଦଳମାନେ ନିଜ ନିଜ ତରିକାରେ ଜୋରଦାର ପ୍ରଚାର ଆରମ୍ଭ କରିସାରିଲେଣି ଏହା ଭିତରେ ନିର୍ବାଚନ କମିଶନ ପ୍ରାର୍ଥୀ ଓ ଦଳମାନଙ୍କ ପାଇଁ ବଡ ନିଷ୍ପତି ନେଇଛନ୍ତି । ପ୍ରଚାର ସମୟରେ ଅର୍ଥ ଖର୍ଚ୍ଚ ଉପରେ ରୋକ୍ ଲଗାଇବା ପାଇଁ କଡ଼ା ନିଷ୍ପତି ନିଆଯାଇଛି । ଖର୍ଚ୍ଚକୁ ନେଇ ତିଆରି କରାଯାଇଛି ରେଟ ଚାର୍ଟ । ପ୍ରଚାର ସମୟରେ ଖାଦ୍ୟ ଓ ପାନିୟ ସହ ପ୍ରତ୍ୟେକ ଜିନିଷର ଦାମ ନିର୍ଦ୍ଦାରଣ କରାଯାଇଛି । ପ୍ରଚାରରେ ଖର୍ଚ୍ଚ ସମସ୍ତ ପ୍ରାର୍ଥୀଙ୍କ ପକେଟରୁ ଗଣିବେ । ଏଥି ସହ ସଭା କାମରେ ଲାଗୁଥିବା ଜିନିଷର ମଧ୍ୟ ଦାମ ନିର୍ଦ୍ଧାରିତ କରାଯାଇଛି । କମିଶନ ଏହି ତାଲିକା ଅନୁଯାୟୀ ପ୍ରାର୍ଥୀଙ୍କ ଖର୍ଚ୍ଚ ଆକଳନ କରିବେ । ଖର୍ଚ୍ଚକୁ ତଦାରଖ କରିବେ ଇସି । ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରତ୍ୟକ ପ୍ରାର୍ଥୀଙ୍କ ଖର୍ଚ୍ଚ ତଦାରଖ କରିବେ । ସମସ୍ତ ଖର୍ଚ୍ଚ ଇସିଙ୍କୁ ଦେବା ବାଧ୍ୟତାମୂଳକ କରାଯାଇଛି ।