କିଛି ସମୟ ପରେ ଭାରତ-ପାକିସ୍ତାନ ମ୍ୟାଚ୍: ମହିଳା ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ

91

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ମୁକାବଲାରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଉଭୟ ଦଳ ଏହି ମ୍ୟାଚ୍ ଖେଳି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବେ । ଗତ ୫ ବର୍ଷ ଧରି ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରଦର୍ଶନ ପ୍ରଶଂସନୀୟ ରହିଆସିଛି । ହେଲେ ପାକିସ୍ତାନ ମହିଳା ଟିମର ପ୍ରଦର୍ଶନ ସେତେଟା ଭଲ ରହିନାହିଁ । ଏହି ଦୃଷ୍ଟିରୁ ପାକିସ୍ତାନ ତୁଳନାରେ ଭାରତ ଶକ୍ତିଶାଳୀ ମନେ ହେଉଛି । କିନ୍ତୁ ଗତବର୍ଷ ଏସିଆ କପରେ ଦୁଇ ଦଳ ଶେଷଥର ପାଇଁ ପରସ୍ପରକୁ ଭେଟିଥିଲେ । ଯେଉଁଥିରେ ଭାରତ ପାକିସ୍ତାନ ନିକଟରୁ ପରାସ୍ତ ହୋଇଥିଲା । ତେଣୁ ଭାରତ ପାଖରେ ପୂର୍ବ ପରାଜୟର ପ୍ରତିଶୋଧ ନେବା ପାଇଁ ଭଲ ସୁଯୋଗ ରହିଛି । ଭାରତ ସହ ଗ୍ରୁପ୍-ବି’ରେ ପାକିସ୍ତାନ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ଆୟର୍ଲ୍ୟାଣ୍ଡ ଦଳ ରହିଛନ୍ତି ।