ଆର.ମାଧବନଙ୍କ ପୁଅ ବେଦାନ୍ତଙ୍କ ସଫଳତା, ‘ଖେଲୋ ଇଣ୍ଡିଆ’ରେ ଜିତିଲେ ସ୍ୱର୍ଣ୍ଣ ପଦକ

131

କନକ ବ୍ୟୁରୋ: ବଲିଉଡ ଅଭିନେତା ଆର ମାଧବନ ଏବେ ତାଙ୍କ ପୁଅ ବେଦାନ୍ତଙ୍କୁ ନେଇ ବେଶ୍ ଗର୍ବ ଅନୁଭବ କରୁଛନ୍ତି । ମାଧବନଙ୍କ ପୁଅ ବେଦାନ୍ତ ମଧ୍ୟ ପ୍ରଦେଶରେ ଖେଲୋ ଇଣ୍ଡିଆ ୟୁଥ ଗେମ- ୨୦୨୨ରେ ୫ଟି ସ୍ୱର୍ଣ୍ଣ ପଦକ ସହ ୨ଟି କାଂସ୍ୟ ପଦକ ଜିତିଛନ୍ତି । ଏନେଇ ଆର ମାଧବନ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ।

ମାଧବନ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ଏହି ଖେଲୋ ଇଣ୍ଡିଆ ୟୁଥ ଗେମ-୨୦୨୨ ରେ ଫର୍ଣ୍ଣାଡିଜ ଅପେକ୍ଷା ୬ଟି ସ୍ୱର୍ଣ୍ଣ ଓ ଗୋଟିଏ ରୂପ୍ୟ ପଦକ ହାସଲ କରିଥିବା ବେଳେ ବେଦାନ୍ତ ମାଧବନ ୫ଟି ସ୍ୱର୍ଣ୍ଣ ଓ ୨ଟି ରୂପ୍ୟ ପଦକ ହାସଲ କରିଛନ୍ତି । ଏନେଇ ସେ ବେଦାନ୍ତଙ୍କ କୋଚ୍ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ମାଧବନଙ୍କ ସୂଚନା ମୁତାବକ ବେଦାନ୍ତ ୧୦୦ ମିଟର, ୨୦୦ମିଟର, ୧୫୦୦ ମିଟର ଦୌଡରେ ବେଦାନ୍ତ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ୪୦୦ ମିଟର ଓ ୮୦୦ ମିଟର ଦୌଡରେ ରୂପ୍ୟ ପଦକ ହାସଲ କରିଛନ୍ତି ।

ଏଭଳି ଖବର ପାଇବା ପରେ ବଲିଉଡର ତାମା କଳାକାର ସମେତ ମାଧବନଙ୍କ ପ୍ରଶଂସକମାନେ ବେଦାନ୍ତଙ୍କୁ ଶୁଭକାମନା ଜଣାଇଛନ୍ତି । ବେଦାନ୍ତ କିଛିବର୍ଷ ହେବ ଦେଶର ଜଣେ ଭଲ ଖେଳାଳୀ ଭାବେ ଆଗକୁ ଯାଉଛନ୍ତି । ଏହାସହ ସେ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ଦେଶପାଇଁ ଅନେକ ପଦକ ମଧ୍ୟ ଜିତିଛନ୍ତି ।