୧୦ ହଜାର କଏନ୍ ନେଇ ନାମାଙ୍କନ ଭରିବାକୁ ପହଞ୍ଚିଲେ ପ୍ରାର୍ଥୀ, ଗଣିବାକୁ ଅଧିକାରୀଙ୍କୁ ଲାଗିଲା ୨ ଘଣ୍ଟା

467

କନକ ବ୍ୟୁରୋ: କର୍ଣ୍ଣାଟକର ୟାଦଗିିରି ଜିଲ୍ଲାରେ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବାକୁ ଯିବାବେଳେ ଦାଖଲ କଲେ ୧୦ ହଜାର ଟଙ୍କାର କଏନ୍ । ଯାହାକୁ ଗଣିବାକୁ ଅଧିକାରୀଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଲା । ଏହି କଏନ୍ ସେ କର୍ଣ୍ଣାଟକ ନାଗରିକଙ୍କ ଠାରୁ ସଂଗ୍ରହ କରିଥିବା କହିଛନ୍ତି ପ୍ରାର୍ଥୀ ।

ଆସନ୍ତା ମାସରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ବିଜେପି ଓ କଂଗ୍ରେସ ସମେତ ଏକାଧିକ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତିରେ ଲାଗିପଡିଛନ୍ତି । ପ୍ରତି ଦଳର ପ୍ରାର୍ଥୀମାନେ ଲକ୍ଷ, କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢୁଥିବାବେଳେ ୟାଦଗିରି ଜିଲ୍ଲାରେ ଏଭଳି ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଅଛନ୍ତି ଯିଏ ଲୋକଙ୍କ ଠାରୁ ଚାନ୍ଦା ଏକାଠି କରି ନିର୍ବାଚନ ଲଢିବାକୁ ସାହାସ କରିଛନ୍ତି । ନିର୍ବାଚନ ଲଢିବାକୁ ପ୍ରାର୍ଥୀ ଜଣକ ଲୋକଙ୍କଠାରୁ ଟଙ୍କାଏ ଟଙ୍କାଏ ମାଗି ୧୦ ହଜାର ଟଙ୍କା ଜମା କରିଛନ୍ତି