ବଢିଲା ବିଧାୟକ ଓ ସାଂସଦଙ୍କ ନିର୍ବାଚନ ଖର୍ଚ୍ଚ ସୀମା । ଜାଣନ୍ତୁ, କିଏ ଖର୍ଚ୍ଚ କରିପାରିବେ କେତେ ଟଙ୍କା?

199

କନକ ବ୍ୟୁରୋ: ବଢିଲା ବିଧାୟକ ଓ ସାଂସଦଙ୍କ ନିର୍ବାଚନୀ ଖର୍ଚ୍ଚ । ସାଂସଦଙ୍କ ନିର୍ବାଚନୀ ଖର୍ଚ୍ଚକୁ ୯୫ ହଜାର ଓ ବିଧାୟକଙ୍କ ନିର୍ବାଚନୀ ଖର୍ଚ୍ଚକୁ ୪୦ ହଜାରକୁ ବୃଦ୍ଧି କରାଯାଇଛି । ଯାହାକି ପୂର୍ବରୁ ଯଥାକ୍ରମେ ୭୦ ଲକ୍ଷ ଏବଂ ୨୮ ଲକ୍ଷ ଥିଲା । ନିର୍ବାଚନ ଖର୍ଚ୍ଚ ସୀମା ସଂଶୋଧନ ପାଇଁ ଗଠିତ କମିଟିର ସୁପାରିସ କ୍ରମେ ଏହି ନିର୍ବାଚନ ଖର୍ଚ୍ଚ ସୀମା ବଢାଇବାକୁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ କେନ୍ଦ୍ରଶାସିତ ଅଞ୍ଚଳର ସାଂସଦଙ୍କର ମଧ୍ୟ ଖର୍ଚ୍ଚ ସୀମାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ସେମାନେ କେବଳ ୫୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିୟମ ରହିଥିବାବେଳେ, ଏବେ ସେମାନେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ସେହିପରି କେନ୍ଦ୍ରଶାସିତ ଅଞ୍ଚଳର ବିଧାୟକଙ୍କ ଖର୍ଚ୍ଚ ସୀମା ମଧ୍ୟ ୨୦ ଲକ୍ଷରୁ ୨୮ ଲକ୍ଷକୁ ବୃଦ୍ଧି କରାଯାଇଛି