ୱବେସୀ ଜୀ: ବାବର, ଔରଙ୍ଗଜେବ ଭଳି ମାଟିରେ ମିଶିଯିବ ତୁମେ: ପଢନ୍ତୁ କିଏ ଓ କାହିଁକି କହିଲେ…

168

କନକ ବ୍ୟୁରୋ: ବ୍ୟସ୍ତ ହୁଅନ୍ତୁନି ୱବେସୀ ଜି, ବାବର ଓ ଔରଙ୍ଗଜେବ ଭଳି ତମ ନାଁ ମଧ୍ୟ ମାଟିରେ ମିଶିଯିବ। ଇତିହାସ ସାକ୍ଷୀ ଅଛି, ଯେବେ ଯେବେ ନିର୍ବାଚନ ଋତୁ ଆସେ ସେତେବେଳେ ପ୍ରତିଦ୍ୱନ୍ଦୀଙ୍କ ଭିତରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥାଏ। ଠିକ ସେମିତି ଦେଶର ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତିର ରୁଟି ସେକା। ଏହି ପଲିଟିକ୍ସ କଢ଼େଇରେ ରାଜନୀତିର ରୁଟି ସେକିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା। ସେ ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାରେ ପହଞ୍ଚି ବିଜେପି କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଆରମ୍ଭରୁ ହିଁ ଘଓଗ ମୁଖ୍ୟ ଆସାଦୁଦ୍ଦିନ ୱବେସୀ ଏବଂ ତେଲେଙ୍ଗାନା ସରକାରଙ୍କୁ ନିଶାନା କରିଛନ୍ତି।

କଡ଼ା ସମାଲୋଚନା କରି ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ସହ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ୟ୍ୟ ଯେପରି ଆରମ୍ଭ ହୋଇଛି, ସେହିପରି ନିଜାମଙ୍କ ନାମ ଏବଂ ୱବେସୀଙ୍କ ନାମ ମଧ୍ୟ ଏଠରୁ ଲିଭାଇ ଦିଆଯିବ ଆଉ ତାହା ବହୁତ ଦୂର ନୁହେଁ। ବିଜେପି ନେତା ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ବି ଜଣେ ଶାସକ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ହୁଅନ୍ତି, ଦେଶ ସାମ୍ନାରେ ଜରୁରୀକାଳୀନ ପରିସ୍ଥିତି ଉପୁଜେ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ଆମକୁ ଯୁଦ୍ଧ ଜାରି ରଖିବାକୁ ପଡିବ। ସେ କହିଛନ୍ତି ଆଜି ନହେଲେ କାଲି ଦିନେ ନା ଦିନେ ଆମର ସଂଗ୍ରାମ ସଫଳ ହେବ। ଯାହା ଫଳରେ ଏକ ନୂତନ ତେଲେଙ୍ଗାନା ଗଠନ ହେବ। ଆଉ ଏଠାରେ କୌଣସି ପ୍ରକାରେ ଏକଛତ୍ରବାଦୀ ଶାସନ ହେବ ନାହିଁ।

କେବଳ ଏତିକି ନୁହେଁ ତେଲେଙ୍ଗାନା ମାଟିରୁ ବରୋଧୀଙ୍କୁ କଡ଼ା ଚେତାବନୀ ମଧ୍ୟ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ। ଭାରତ ବର୍ତ୍ତମାନ ଜାଗ୍ରତ ହୋଇଛି ଏବଂ ଏହାକୁ ରୋକିବା ବହୁତ ମୁସ୍କିଲ। କେବଳ ଭାରତର ଇତିହାସକୁ ଦେଖ,ବାଵର, ଔରଙ୍ଗଜେବ ଏବଂ ନିଜାମ ଅଧିକ ସମୟ ତିଷ୍ଟି ପାରିନାହାନ୍ତି। ତେଣୁ ମୁଁ ନିଶ୍ଚିତ ଯେ ଖୁବ୍ ଶୀଘ୍ର ନିଜାମର ଉତ୍ତରାଧିକାରୀ ସମ୍ପୂର୍ଣ୍ଣ ରୂପେ ସମାପ୍ତ ହେବ ଏବଂ ହାଇଦ୍ରାବାଦରେ ଏକ ନୂତନ ପ୍ରକାରର ସଭ୍ୟତାର ବିକାଶ ହେବ ।