ଜାହାଙ୍ଗୀରପୁରୀରେ ପ୍ରଶାସନର ବୁଲଡୋଜର ଉପରେ ଲାଗିଲା ସୁପ୍ରିମ୍ ବ୍ରେକ: ସେପଟେ ବୁଲଡଜରକୁ ନେଇ ତେଜିଲା ବୟାନବାଜି

144

କନକ ବ୍ୟୁରୋ: ବୁଲଡୋଜରକୁ ନେଇ ତେଜୁଛି ଜାତୀୟ ରାଜନୀତି । ପ୍ରଥମେ ୟୁପି ଓ ପରେ ଏମପିରେ ଆରମ୍ଭ ହୋଇଥିବା ବୁଲଡୋଜର ରାଜନୀତି ଏବେ ଦିଲ୍ଲୀରେ ପ୍ରବେସ କରିଛି । ସେପଟ ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହାକୁ ଅ ଗଣତାନ୍ତ୍ରୀକ ବୋଲି ଅଭିଯୋଗ କରିଥିବା ବେଳେ ବିଜେପି ଅଫିସରେ ବୁଲଡୋଜର ଚଳାଇବା କଥା ଆପ କହିଛି ।

ୟୁପିରେ ଯୋଗୀ ଆଦିତ୍ୟନାଥ ଅପରାଧୀ ଏବଂ ଜବରଦଖଲକାରଙ୍କ ଘର ଉପରେ ବୁଲଡୋଜର ଚଳାଇ କ୍ଷମତାକୁ ଫେରିଛନ୍ତି । ଏହାପରେ ବିଜେପି ଶାସିତ ରାଜ୍ୟରେ ବୁଲଡୋଜରକୁ ଅପରାଧ ଏବଂ ବେଆଇନ କାମରେ ଅମୋଘ ଅସ୍ତ୍ର ଭାବେ ବ୍ୟବହାର କରୁଛି ବିଜେପି । ବିରୋଧୀ କିନ୍ତୁ ଏହାକୁ ନାପସନ୍ଦ କରିଛନ୍ତି । ବିରୋଧୀ କହିଛନ୍ତି, ଏପରି କରି ବିଜେପି ଶାସିତ ରାଜ୍ୟ ଦେଶର ସାମ୍ବିଧାନିକ ମୂଲ୍ୟର ହନନ କରିବା ସହ ଗରିବ ଓ ଅଳ୍ପସଂଖ୍ୟକଙ୍କୁ ଟାର୍ଗେଟ କରୁଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏପରି କିଛି କହିଛନ୍ତି । ସେହିପରି ଆମ ଆଦମି ପାର୍ଟି ମଧ୍ୟ ଏହାକୁ ବିରୋଧ କରିଛି ।

ଦଙ୍ଗା, ବଶୃଙ୍ଖଳା, ଅଶାନ୍ତି ସୃଷ୍ଟି କରିବା ଓ ବେଆଇନ ଜମି ଦଖଲ କରିଥିବା ଲୋକଙ୍କ ଘରେ ବୁଲଡୋଜର ଚଳାଇ ବୁଲୋଡୋଜର ବାବା ନାଁରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପର୍ଯ୍ୟାୟକ୍ରମେ ଏହା ମଧ୍ୟପ୍ରଦେଶରେ ଆରମ୍ଭ ହେଲା । ବେଆଇନ ଜବରଧଖଲ କରିଥିବା ଲୋକଙ୍କ ଘରେ ସମାନ ଢଙ୍ଗରେ ବୁଲଡୋଜର ବୁଲାଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏବେ କିନ୍ତୁ ଦିଲ୍ଲୀ ଜାହାଙ୍ଗିରପୁରିରେ ଜବରଦଖଖଲ ଘଟଣାକୁ ନେଇ ବିରୋଧୀ ବିରୋଧ କରିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି । ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି, ବିଜେପି ବୁଲଡୋଜରକୁ ନିଜର ଚିହ୍ନ କରିବା ଦରକାର ।

ସାରା ଦେଶରେ ବୁଲଡୋଜରକୁ ଅମୋଘ ଅସ୍ତ୍ର ଭାବେ ବ୍ୟବହାର କରାନଯାଉ ବୋଲି କୋର୍ଟରେ ଆବେଦନ ଦାୟର ହୋଇଛି । ହେଲେ କୋର୍ଟ ଏପରି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ।