କୌଣସି ସମୟରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ: ଇମ୍ରାନଙ୍କ ଇସଲାମବାଦ ବାସଭବନରେ ପହଁଚିଲା ଲାହୋର ପୁଲିସ

74

କନକ ବ୍ୟୁରୋ: କୌଣସି ମୁହୁର୍ତରେ ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଜାମିନ୍ ବିହୀନ ଗିରଫ ପରୱାନା ଧରି ଇମ୍ରାନଙ୍କ ଘରେ ପହଂଚିଛନ୍ତି ଇସଲାମାବାଦ ପୋଲିସ । ତେବେ ଇମ୍ରାନ୍ ତାଙ୍କ ଘରେ ନଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଫଳରେ ସେଠାରୁ ଖାଲି ହାତରେ ଫେରିଆସିଛି ପୋଲିସ । ଇସଲାମାବାସ ଆଇଜି ଇମ୍ରାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କୋର୍ଟ ମଧ୍ୟ ଇମ୍ରାନଙ୍କୁ ମାର୍ଚ୍ଚ ୭ ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଇମ୍ରାନଙ୍କ ଗିରଫଦାରୀକୁ ବିରୋଧ କରିଛନ୍ତି ଶତାଧିକ ସମର୍ଥକ । ଏପରିକି ଇମ୍ରାନଙ୍କ ଘର ଆଗରେ ତାଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଛି । ଇମ୍ରାନଙ୍କ ବିରୋଧରେ ସରକାରୀ ସରକାରୀ ଉପହାରକୁ ବିକ୍ରି କରିବାର ଅଭିଯୋଗ ରହିଛି । ଏହି ମାମଲାରେ ଇସଲାମାବାଦ କୋର୍ଟ ଇମ୍ରାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ ।

ବନ୍ଧା ହେବେ ଇମ୍ରାନ୍!
– ଇମ୍ରାନଙ୍କୁ ଗିରଫ କରିବା ପାଇଁ ଲାହୋରରେ ଇସଲାମାବାଦ ପୋଲିସ
– ୱାରେଣ୍ଟ ଧରି ପିଟିଆଇ ମୁଖ୍ୟଙ୍କ ଘରେ ପହଂଚିଥିଲା ପୋଲିସ
– ଇମ୍ରାନଙ୍କ ଘର ଆଗରେ ପିଟିଆଇ ସମର୍ଥକଙ୍କ ଭିଡ଼
– ଗିରଫଦାରୀକୁ ବିରୋଧ କରି ରୁଣ୍ଡ ହେଲେ ଶତାଧିକ ଲୋକ
– ଇମ୍ରାନ୍ ଗିରଫ ହେଲେ, ଦେଶରେ ଅସ୍ଥିରତା ସୃଷ୍ଟି ହେବ: ଇମ୍ରାନଙ୍କ ସମର୍ଥକ
– ସରକାରୀ ଉପହାରୀକୁ ଶସ୍ତାରେ ବିକ୍ରି କରିଥିବା ଅଭିଯୋଗ
– ପ୍ରଧାନମନ୍ତ୍ରୀ ଭାବେ ୨୦୧୮ରେ ଆରବ ଦେଶକୁ ଯାଇଥିଲେ ଇମ୍ରାନ
– ଦେଶର ମୁଖ୍ୟ ଭାବେ ତାଙ୍କୁ ବହୁ ଦାମୀ ଉପହାର ମିଳିଥିଲା
– ଏସବୁ ଉପହାରକୁ ଶସ୍ତାରେ ବିକ୍ରି କରି ଦେଇଥିବା ଅଭିଯୋଗ
– ମାମଲାର ଶୁଣାଣି କରି ଜାମିନ୍ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ
– ସେପଟେ ଉପହାର ବିକିବା ଅଭିଯୋଗକୁ ଖଣ୍ଡନ କରିଥିଲେ ଇମ୍ରାନ୍ ଖାନ୍
– ପ୍ରତିପକ୍ଷ ଦଳ ଆଣୁଥିବା ଅଭିଯୋଗ ଭିତ୍ତିହୀନ କହିଥିଲେ ଇମ୍ରାନ୍
– ତାଙ୍କ କିଣାବିକାର ସମସ୍ତ ହିସାବର ରେକର୍ଡ ରହିଥିବା କହିଲେ ଇମ୍ରାନ୍
– ଏହି ଅଭିଯୋଗ କାରଣରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ପାକିସ୍ତାନ ନିର୍ବାଚନ ଆୟୋଗ

ଯୁଦ୍ଧ ଶେଷ ହେବ ନା ଥମିବ? ଏହି ଆଶଙ୍କା ଭିତରେ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି । ଯେଉଁଥିରେ ରୁଷକୁ ଚୀନ୍ ସାମରିକ ସହାୟତା ଯୋଗାଇବ ବୋଲି ସୂଚନା ରହିଛି । ଏହି ଖବର ଏବେ ଆମେରିକାର ବାଇଡେନ ସରକାରର ମୁଣ୍ଡବ୍ୟଥା ବଢାଇଥିବା ସୂଚନା ରହିଛି । କାରଣ ଋଷକୁ ଯଦି ଚୀନ ସହଯୋଗ କରିବ, ତେବେ ୟୁକ୍ରେନ ଯୁଦ୍ଧ ଋଷ ସପକ୍ଷରେ ଯିବା ନିଶ୍ଚିତ । ଏହି ଗୁଇନ୍ଦା ରିପୋର୍ଟ ପରେ ଋଷକୁ ସାହାଯ୍ୟ ନକରିବାକୁ ଚୀନକୁ ଆମେରିକା ଚେତାବନୀ ଦେଇଥିବା ସୂଚନା ରହିଛି । ତେବେ ଏଭଳି କୌଣସି ଯୋଜନା ନାହିଁ କହି ଚୀନ୍ ଏହି ପ୍ରସଙ୍ଗକୁ ଆଡେଇ ଦେଇଥିବା ସୂଚନା ରହିଛି ।

ବିଶ୍ୱକୁ ବ୍ୟାପିବ ଯୁଦ୍ଧ?
ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ବିଶ୍ୱକୁ ବ୍ୟାପିବ!
ଯୁଦ୍ଧ ହେଲେ ଭାରତର ଆଭିମୁଖ୍ୟ କ’ଣ ରହିବ?
ଭୌଗୋଳିକ ସୂଚନା ପ୍ରଣାଳୀ ବା ଜିଆଇଏସର ରିପୋର୍ଟ
ଜର୍ମାନୀର ଫେଡେରାଲ୍ ଇଂଟେଲିଜେନ୍ସ ସର୍ଭିସର ପୂର୍ବତନ ଉପରାଷ୍ଟ୍ରପତି ରୁଡୋଲ୍ଫ ଜିଆଇଏସ୍ ଆଦାମଙ୍କ ଦାବି
ଯଦି ଯୁଦ୍ଧ ହୁଏ କିଛି ରୁଷକୁ ସମର୍ଥନ କରିବେ ଏବଂ କିଛି ଆମେରିକା ପକ୍ଷରେ ରହିବେ
କିଛି ଦେଶ ତୃତୀୟ ପକ୍ଷରେ ରହିବେ
ତୃତୀୟ ପକ୍ଷରେ ରହୁଥିବା ଦେଶ ଉଭୟ ପକ୍ଷ ସହିତ ସମ୍ପର୍କ ରଖିବେ
ଭାରତ ମଧ୍ୟ ଏଥିମଧ୍ୟରୁ ଗୋଟିଏ ଦେଶ ହୋଇପାରେ
ପ୍ରଥମ ଶିବିରରେ ପାଶ୍ଚାତ୍ୟ ଉଦାରବାଦୀ ତଥା ପୁଞ୍ଜିପତି ଦେଶ
ଆମେରିକା, କାନାଡା, ବ୍ରିଟେନ, ୟୁରୋପ, ଜାପାନ ଏବଂ ଅଷ୍ଟ୍ରେଲିଆ ଗୋଟିଏ ପଟେ
ଆମେରିକାକୁ ଦକ୍ଷିଣ କୋରିଆ ସାମିଲ ହୋଇପାରେ
ଦ୍ୱିତୀୟ ଶିବିରରେ ଋଷ, ବେଲାରୁଷ, ଇରାନ, ସିରିଆ, ଭେନେଜୁଏଲା ଏବଂ ଉତର କୋରିଆ ରହିପାରନ୍ତି
ଚୀନ୍ ଏହି ସମୟରେ ନିଜର ଭୂମିକା ସ୍ପଷ୍ଟ କରିନପାରେ
କିନ୍ତୁ ଋଷ ପକ୍ଷରେ ରହିବାର ସମ୍ଭାବନା ଅଧିକ
କାରଣ ହେଉଛି ଚାଇନା ନିଜକୁ ଆମେରିକାର ପ୍ରତିପକ୍ଷ ଭାବେ
ଭାରତ ତୃତୀୟ ଶିବିରର ନେତୃତ୍ୱ ନେଇପାରେ
ବିକାଶଶୀଳ ଦେଶମାନେ ସାମିଲ ହେବାର ସମ୍ଭାବନା
ଦକ୍ଷିଣ ଏସିଆର ଅବଶିଷ୍ଟ ଦେଶ ମଧ୍ୟ ରହିପାରନ୍ତି
ଦକ୍ଷିଣ ଆମେରିକା ଏବଂ ଆରବ ଦେଶ ମଧ୍ୟ ଏହି ଦିଗରେ ରହିବେ
ଏହି ଦେଶ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି