ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଆସିଲା କଡା ନିୟମ । ବାପା ମା’ ପୋଷ୍ଟ କରିପାରିବେ ନାହିଁ ନିଜ ପିଲାଙ୍କ ଫଟୋ । ପିଲାଙ୍କ ଫଟୋ ପୋଷ୍ଟ କଲେ କୋର୍ଟ କରିବେ ଦଣ୍ଡିତ

3,069

କନକ ବ୍ୟୁରୋ : ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ଏବେ ସମସ୍ତଙ୍କର ପ୍ରିୟ ପାଲଟି ସାରିଛି । ରାତି ପାହିବା ଠାରୁ ନେଇ ପୁଣି ରାତିରେ ଶୋଇବାକୁ ଯିବା ପର୍ଯ୍ୟନ୍ତ । ଦେଶ ବିଦେଶର ଖବର ହେଉ କି ମନୋରଞ୍ଜନ ଏସବୁ ପାଇଁ ଲୋକେ ସୋସିଆଲ ମିଡିଆକୁ ବେଶ୍ ପସନ୍ଦ କରୁଛନ୍ତି । ଏହାସହ ନିଜ ଦୈନ ଦିନ ଜୀବନର କିଛି ସ୍ମରଣୀୟ ମୁହୁତ୍ୱ ହେଉ ବା କୌଣସି ପୂଜା ପର୍ବାଣୀ ହେଉ । ଲୋକାମାନେ ସେଠାରେ ଫଟୋ କିମ୍ବା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଏକ ଅଭ୍ୟାସ ହୋଇଗଲାଣି । ଏହା ବ୍ୟତୀତ ବାପା ମା ମାନେ ସେମାନଙ୍କର ପିଲାମାନଙ୍କର ଜନ୍ମ ଦିନ ହେଉ ବା ଅନ୍ୟ କିଛି । ସେସବୁର ଫଟୋ ଉଠାଇ ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ।

ସୋସିଆଲ ମିଡିଆକୁ ନେଇ ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ଆଇନ ରହିଛି । ସୋସିଆଲ ମିଡିଆ ମାଧ୍ୟମରେ ଅନେକ କ୍ରାଇମ ହେଉଥିବାରୁ ସରକାର ଏହା ଉପରେ କଟକଣା ଲଗାଉଛନ୍ତି । ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱର ଏକ ବିକଶିତ ରାଷ୍ଟ୍ର ଏବେ ସୋସିଆଲ ମିଡିଆକୁ ନେଇ ଅଜବ ନିୟମ ଲାଗୁ କରିଛି । ଫ୍ରାନ୍ସ ସରକାର ସୋସିଆଲ ମିଡିଆକୁ ନେଇ ଏକ ଅଜବ ଆଇନ ଆଣିଛନ୍ତି । ଏହି ଆଇନ ମୁତାବକ ବାପା ମା’ମାନେ ସେମାନଙ୍କ ପିଲାଙ୍କର ଫଟୋ ବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିପାରିବେ ନାହିଁ । ଏନେଇ ଫ୍ରାନ୍ସର ନ୍ୟାସନାଲ ଆସେମ୍ବିଲରେ ଏହି ଆଇନ ପାରିତ ହୋଇଛି । ଯଦି ବାପା ମା’ମାନେ ସୋସିଆଲ ମିଡିଆରେ ସେମାନଙ୍କ ପିଲାଙ୍କ ଫଟୋ ପୋଷ୍ଟ କରନ୍ତି ତେବେ ସେମାନେ କୋର୍ଟ ଦ୍ୱାରା ଦଣ୍ଡିତ ହେବେ ।

ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଯଦି ବାପା, ମା’ମାନେ ସେମାନଙ୍କ ପିଲାଙ୍କ ଫଟୋ ପୋଷ୍ଟ କରିବାକୁ ଚାହୁଁଛନ୍ତି ତେବେ ସେମାନେ ପିଲାଙ୍କ ବୟସ ଓ ପରିପକ୍ୱତା ଆଧାରରେ ଅନୁମତି ନେବାକୁ ପଡିବ । ଯଦି ବାପା ଓ ମାଙ୍କ ମଧ୍ୟରୁ କେହି ଜଣେ ନିଜ ପିଲାଙ୍କ ଫଟୋ ପୋଷ୍ଟ କରିବାକୁ ଅସହମତି ଜଣାନ୍ତି ତେବେ କୋର୍ଟ ଏହା ଉପରେ ରୋକ୍ ଲଗାଇପାରିବେ ।

ସେପଟେ ଫ୍ରାନ୍ସ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ମନୋବୈଜ୍ଞାନିକ ଓ ସୋସିଆଲ ମିଡିଆ ବିଶେଷଜ୍ଞମାନେ ସ୍ୱାଗତ କରିଛନ୍ତି । ବିୟନ ବିଶ୍ୱ ବିଦ୍ୟାଳୟର ଜଣେ ବିଶେଷଜ୍ଞ ଅଞ୍ଜା ଷ୍ଟିବିକ କହିଛନ୍ତି କି କମ୍ ବୟସର ପିଲାମାନଙ୍କୁ ରକ୍ଷା କରିବା ଜରୁରୀ । ସେମାନେ ନିଜ ବାପା ମାଙ୍କ ଦ୍ୱାରା ସୋସିଆଲ ମିଡିଆରେ କରାଯାଇଥିବା ପୋଷ୍ଟକୁ ବିରୋଧ କରିବାର କ୍ଷମତା ନାହିଁ ।

ଫ୍ରାନ୍ସ ସରକାରଙ୍କ ଏହି ଆଇନ ବିଶ୍ୱର ପ୍ରଥମ ଆଇନ ଯେ, କି ପିଲାଙ୍କ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ଉପରେ ରୋକ୍ ଲଗାଇଛି । ଫ୍ରାନ୍ସ ସଂସଦରେ ଏହି ବିଧେୟକ ଉପସ୍ଥାପନ କରିଥିବା ନେତା ବ୍ରୋନେ ଷ୍ଟଡରଙ୍କ କହିବା କଥା ହେଉଛି କି, ସୋସିଆଲ ମିଡିଆରେ କୋମଳମତି ଶିଶୁମାନଙ୍କର ଫଟୋ ପୋଷ୍ଟ କରିବା ଫଳରେ ଶିଶୁ ଯୌନଶୋଷଣ ମାମଲା ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଉଛି ।