ଚିଲିକାରେ ବଢିଚାଲିଛି ଅବାଧ ପକ୍ଷୀ ଶିକାର: ପକ୍ଷୀ ଗୋଟାକୁ ୪୦୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ

89

କନକ ବ୍ୟୁରୋ: ଶୀତ ରୁତୁର ଆଗମନରେ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ଖାଦ୍ୟ ଅନ୍ୱେଷଣରେ ମାଇଲ ମାଇଲ ଦୂର ଅତିକ୍ରମ କରି ପକ୍ଷୀମାନେ ଚିଲିକାକୁ ଆସିଥାଆନ୍ତି । ଆଉ ଏହି ପକ୍ଷୀଙ୍କ ଆଗମନର ଚିଲିକାର ସøନ୍ଦର୍ଯ୍ୟ ଆହୁରି ଦ୍ୱିଗୁଣିତ ହୋଇଥାଏ । ହେଲେ ଏବେ ଚିଲିକା ପକ୍ଷୀ ମାନଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଲାଣି । ଚିଲିକା କୂଳରେ ଫାସ ବସାଇ ନିରିହ ପକ୍ଷୀଙ୍କୁ ଶିକାର କରୁଛନ୍ତି ଶିକାରୀ ।

ଗୋଟିଏ ଗୋଟିଏ ପକ୍ଷୀର ଦାମ ୪୦୦ ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି । ବନବିଭାଗର ଖାମଖୀଆଲ ମନୋଭାବ ପାଇଁ ଏଭଳି ଘଟୁଥିବା କୁହାଯାଉଛି । ଚିଲିକାକୁ ଆସୁଥିବା ବିଦେଶୀ ପକ୍ଷୀମାନଙ୍କୁ ବନ ବିଭାଗ ପକ୍ଷରୁ ସୁରକ୍ଷା ଦିଆନଗଲେ ଦିନକୁ ଦିନ ପକ୍ଷୀ ଶିକାର ବୃଦ୍ଧି ପାଇବାର ସମ୍ଭାବନା ରହିଛି ।