ବିଧାନସଭାରେ ହଟହଟା ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ବଜେଟ ଉପସ୍ଥାପନ ସମୟରେ ପୁରୁଣା ଭାଷଣ ପଡି ଚର୍ଚ୍ଚାରେ ଅଶୋକ ଗେହଲଟ

123

କନକ ବ୍ୟୁରୋ : ଶୁକ୍ରବାର ରାଜସ୍ଥାନ ବିଧାନସଭାରେ କିଛି ଏମିତି କରିଛନ୍ତି ଯାହା ଆଶ୍ଚର୍ଯ୍ୟ କରିବା ସହ ହସାଇଛି ମଧ୍ୟ । ବଜେଟ ଉପସ୍ଥାପନ ସମୟରେ ଅଶୋକ ଗେହଲଟ ବଜେଟ ଭାଷଣ ପଡୁଥିବା ସମୟରେ ହଠାତ ବିରୋଧୀ ହଟଗୋଳ କରିଥିଲେ । କାରଣ ମୁଖ୍ୟମନ୍ତ୍ରୀ ନୂଆ ନୁହେଁ ବିଗତ ବର୍ଷ ପୁରୁଣା ବଜେଟ ଭାଷଣ ପଡିିଥିଲେ । ଗେହଲଟ ପୁରୁଣା ଯୋଜନା ଓ ସହରୀ ବିକାଶ ଯୋଜନା ବିଷୟରେ ଉଲ୍ଲେଖ କରିବା ମାତ୍ରକେ ବିଜେପି ବିରୋଧ କରିଥିଲା ଓ କହିଥିଲା କି ମୁଖ୍ୟମନ୍ତ୍ରୀ ପୁରୁଣା ବଜେଟ ଭାଷଣ ପଡୁଛନ୍ତି । ଏକଥା ଜାଣିବା ପରେ ଅଶୋକ ଗେହଲଟ ଭାଷଣ ରୋକିବା ସହ ଭୁଲ ମାଗିଥିଲେ । ସେପଟେ ହୋହାଲ୍ଲା ଯୋଗୁଁ ଗୃହକାର୍ଯ୍ୟ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ଘଟଣାକୁ ନେଇ ତେରଛା ବାଣ ମାରିଛି ବିଜେପି । ଯଦି ଜଣେ ମୁଖ୍ୟମନ୍ତ୍ରୀ ବଜେଟ ଭଳି ଜରୁରୀ ତଥା ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଏଭଳି ହାଲୁକା ମନଭାବ ପୋଷଣ କରୁଛନ୍ତି ତେବେ ତାଙ୍କ ହାତରେ ରାଜ୍ୟ କେତେ ସୁରକ୍ଷିତ ବୋଲି ଦଳ ପ୍ରଶ୍ନ କରିଛି ।