ଦୁଇବର୍ଷ ପରେ ସୋସିଆଲ ମିଡିଆକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି, ପୁଣି ସକ୍ରିୟ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଁଟ

94

କନକ ବ୍ୟୁରୋ : କ୍ୟାପିଟଲ ହିଂସା ଘଟଣା ପରେ ସୋସିଆଲ ମିଡିଆର ପ୍ରାୟ ସବୁ ପ୍ଲାଟଫର୍ମରୁ ବହିସ୍କୃତ ହୋଇଥିଲେ । ଏହାର ଦୁଇବର୍ଷ ପରେ ପୁଣି ଚାଲୁ ହେଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ଆକାଉଂଟ । ପୁଣିଥରେ ସୋସିଆଲ ମିଡ଼ିଆ ଫ୍ଲାଟଫର୍ମ ଫେସବୁକ ,ଇନଷ୍ଟାଗ୍ରାମକୁ ଫେରିଛନ୍ତି ଡ଼ୋନାଲ୍ଟ ଟ୍ରମ୍ପ । ଏନେଇ ମେଟା ମୁଖପାତ୍ର ଆଣ୍ଡି ଷ୍ଟୋନ ସୂଚନା ଦେଇଛନ୍ତି । ଟ୍ରମ୍ପଙ୍କର ଇନଷ୍ଟାଗ୍ରାମରେ ୨୩ ମିଲିୟନ ଫଲୋରର୍ସ ଓ ଫେସବୁକରେ ୩୪ ମିଲିୟନ ଫଲୋଅର୍ସ ଅଛନ୍ତି । ଜାନୁଆରୀ ୬, ୨୦୨୧ରେ କ୍ୟାପିଟାଲ ହିଲସ ଦଙ୍ଗା ପରେ ଟ୍ରମ୍ପଙ୍କ ସୋସିଆଲ ମିଡ଼ିଆ ଦୁଇବର୍ଷ କରି ଅଚଳ କରି ଦିଆଯାଇଥିଲା । ଜାନୁଆରୀରେ ଟ୍ରମ୍ପଙ୍କ ଆକାଉଂଟ ଚାଲୁ କରିବାକୁ ଘୋଷଣା ହୋଇଥିଲେ ମଧ୍ୟ ଚାଲୁ ହୋଇନଥିଲା ।