ପହଁରା ଅଭ୍ୟାସ ବେଳେ ଯୁବକଙ୍କ ମୃତ୍ୟୁ ଘଟଣା : ବିନା ପଞ୍ଜିକରଣରେ କେମିତି ଦିଆଯାଉଥିଲା ତାଲିମ୍ ? ଦୀର୍ଘ ୪ ବର୍ଷ ହେଲା ଘରୋଇ ସଂସ୍ଥା ଦେଇ ଆସୁଥିଲା ତାଲିମ

116

କନକ ବ୍ୟୁରୋ : କଟକରେ କେମିତି ବିନା ପଞ୍ଜିକରଣରେ ପିଲାଙ୍କ ସନ୍ତରଣ ତାଲିମ ଦିଆଯାଉଥିଲା । ଗତକାଲି ମହାନଦୀରେ ପହଁରା ଅଭ୍ୟାସ ବେଳେ ଜଣେ ଛାତ୍ର ବୁଡି ଯାଇ ପ୍ରାଣ ହରାଇବା ପରେ ଏହି ପ୍ରଶ୍ନ ଚର୍ଚ୍ଚାକୁ ଆସିଛି । କୁହାଯାଉଛି ଦୀର୍ଘ ୪ ବର୍ଷ ହେଲା ଉଇ ଆର୍ ଉଇନର୍ ନାମକ ସଂସ୍ଥା ପିଲାଙ୍କୁ ସନ୍ତରଣ ତାଲିମ ଦେଇ ଆସୁଥିଲା । ଆଉ ଏହା ପୁଣି କଟକ ଭଳି ସହରରେ । ସମସ୍ତଙ୍କ ସାମ୍ନାରେ ଗୋଟିଏ ସଂସ୍ଥା ଆଇନକୁ ଭାଙ୍ଗି ଚାଲିଥିଲା ।

ଉଇ ଆର ଉଇନର ସଂସ୍ଥା ଯେ କେବଳ ଆଇନ ଉଲ୍ଲଂଘନ କରିଥିଲା ତା ନୁହେଁ । ବରଂ ସନ୍ତରଣ ସମୟରେ ଅସୁରକ୍ଷିତ ଭାବେ ପିଲାଙ୍କୁ ପହଁରା ତାଲିମ ଦିଆଯାଉଥିଲା । ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ସରଞ୍ଜାମ ନଥାଇ ପିଲାଙ୍କୁ କିପରି ତାଲିମ ଦିଆଯାଉଥିଲା ତାକୁ ନେଇ ପ୍ରଶ୍ନ ଉଠିଛି । କଟକରେ କେବଳ ଉଇ ଆର ୱିନର ବିନା ପଞ୍ଜିକରଣରେ ଚାଲିଛି । ନା ଉ ଅନ୍ୟ ସଂସ୍ଥା ବି ଲାଇସେନ୍ସ ନଥାଇ ପିଲାଙ୍କୁ ତାଲିମ ଦେଉଛନ୍ତି, ତାହାର ଖୋଳତାଡ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।