ପିଲାଙ୍କ ଉପରୁ କେମିତି କମିବ ପରୀକ୍ଷା ଚାପ? ପ୍ରସ୍ତାବ ଦେଲା ନ୍ୟାସନାଲ୍ କରିକୁଲମ୍ ଫ୍ରେମୱର୍କ

1,115

କନକ ବ୍ୟୁରୋ: ମାଟ୍ରିକ ହେଉ କି ପ୍ଲସ-ଟୁ, ବୋର୍ଡ ପରୀକ୍ଷା ଆସିଲେ ପିଲାଙ୍କ ଆଖିରୁ ନିଦ ହଜିଯାଏ । ଚାପରେ ରହିଥାନ୍ତି ଛାତ୍ରଛାତ୍ରୀ । ସ୍କୁଲ ପିଲାଙ୍କ ଚାପ କମାଇବା ପାଇଁ ପରୀକ୍ଷାର ଢାଂଚା ପରିବର୍ତନ ପାଇଁ ପ୍ରସ୍ତାବ ଦେଇଛି ଏନସିଏଫ ବା ନେସନାଲ କରିକୁଲମ ଫ୍ରେମୱର୍କ । ଏନସିଏଫ ପକ୍ଷରୁ ପ୍ରକାଶିତ ଡ୍ରାଫ୍ଟ ଉପରେ ଅଭିଭାବକ ଓ ଜନସାଧାରଣଙ୍କ ମତାମତ ଲୋଡାଯାଇଛି ।

ନଜର ପକାନ୍ତୁ – କ’ଣ ରହିଛି ଏନସିଏଫର ପ୍ରସ୍ତାବ
କେମିତି ହେବ ମାଟ୍ରିକ ବୋର୍ଡ ପରୀକ୍ଷା?
ଦଶମ ବା ମାଟ୍ରିକ ପାସ୍ କରିବା ପାଇଁ ହେବ ୪ଟି ବୋର୍ଡ ପରୀକ୍ଷା
ନବମରେ ୨ଟି ପରୀକ୍ଷା ଓ ଦଶମରେ ୨ଟି ପରୀକ୍ଷା କରିବାକୁ ପ୍ରସ୍ତାବ
୪ଟି ବୋର୍ଡ ପରୀକ୍ଷା ଆଧାରରେ ପ୍ରକାଶିତ ହେବ ରେଜଲ୍ଟ
ବିଷୟ ଚୟନ କରିବାକୁ ମଧ୍ୟ ସୁଯୋଗ ରହିବ
୮ଟି ପାଠ୍ୟକ୍ରମ ଭିତରୁ ମିଳିତ ବିଷୟ ଚୟନ କରିବାକୁ ହେବ
ମାଟ୍ରିକ ପରୀକ୍ଷା ଭଳି ପ୍ଲସ୍-ଟୁ ବା ଦ୍ୱାଦଶ ପରୀକ୍ଷା କରିବା ପାଇଁ ପ୍ରସ୍ତାବ ଦେଇଛି ନେସନାଲ କରିକୁଲମ ଫ୍ରେମୱର୍କ ।

କେମିତି ହେବ ଦ୍ୱାଦଶ ବୋର୍ଡ ପରୀକ୍ଷା?
ପ୍ଲସ-ଟୁ ପରୀକ୍ଷା ପାଇଁ ଉଭୟ ଏକାଦଶ ଓ ଦ୍ୱାଦଶ ଶ୍ରେଣୀକୁ ହିସାବକୁ ନିଆଯିବ
ଏକାଦଶରେ ୨ଟି ପରୀକ୍ଷା ଓ ଦ୍ୱାଦଶରେ ୨ଟି ପରୀକ୍ଷା କରିବାକୁ ପ୍ରସ୍ତାବ
୪ଟି ସେମିଷ୍ଟାର ପରୀକ୍ଷା ଅଧାରରେ ପ୍ରକାଶ ପାଇବ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ

ପ୍ଲସ-୨ ପାଇଁ ୮ଟି ପାଠ୍ୟକ୍ରମ ରହିଛି । ସେଥିରୁ ବିଷୟ ପସନ୍ଦ କରିବେ ଛାତ୍ରଛାତ୍ରୀ । କେଉଁ, କେଉର୍ ବିଷୟ ମିଳିତ ଭାବେ ନେବାକୁ ପଡ଼ିବ, ତାହା ମଧ୍ୟ ଏନସିଏଫ ଡ୍ରାଫ୍ଟରେ ରହିଛି ।
ପ୍ଲସ୍-୨ ପାଇଁ ୮ଟି ପାଠ୍ୟକ୍ରମ
ହ୍ୟୁମାନିଟିଜ୍ – ଭାଷା, ସାହିତ୍ୟ ଓ ଦର୍ଶନ ଶାସ୍ତ୍ର ପଢାଯିବ
ସୋସିଆଲ୍ ସାଇନ୍ସ – ଇତିହାସ, ଭୂଗୋଳ, ରାଜନୀତି ବିଜ୍ଞାନ, ମନୋବିଜ୍ଞାନ, ଅର୍ଥନୀତି ଓ ସାମାଜିକ ବିଜ୍ଞାନ ସାଇନ୍ସ – ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ
ଗଣିତ ଓ କମ୍ପୁଟର୍ – ଗଣିତ , କମ୍ପୁଟର ସାଇନସ, ବିଜିନେସ୍ ମ୍ୟାଥ୍
କଳା – ସଙ୍ଗୀତ, ନୃତ୍ୟ, ମଂଚ କଳା, ଚିତ୍ରାଙ୍କନ
ଇଣ୍ଟର-ଡିସିପ୍ଲିନାରୀ – ବାଣିଜ୍ୟ, ଜଳବାୟୁ ପରିବର୍ତ୍ତନ, ମିଡିଆ ଓ ଜର୍ଣ୍ଣାଲିଜିମ୍
୮ଟି ପାଠ୍ୟକ୍ରମ ଭିତରୁ ୧୬ଟି ପସନ୍ଦ ଆଧାରିତ ବିଷୟ ଚୟନ କରିପାରିବେ ଛାତ୍ରଛାତ୍ରୀ
୪ଟି ସେମିଷ୍ଟାରରେ ଇତିହାସ ନେଇଥିଲେ,ଏହାକୁ ୪ଟି ପସନ୍ଦ ଆଧାରିତ ବିଷୟ କୁହାଯିବ

ଗଣିତ ପ୍ରତି ଅଧିକାଂଶ ପିଲାଙ୍କ ଭୟ ରହିଥାଏ । ଏହି ବିଷୟ କିପରି ପିଲାଙ୍କ ପାଇଁ ସହଜ ହେବ, ଏ ନେଇ ମଧ୍ୟ ପ୍ରସ୍ତାବ ଦେଇଛି, ଏନସିଏଫ ବା ନେସନାଲ କରିକୁଲମ ଫ୍ରେମୱାର୍କ । ଗଣିତକୁ ରୋଚକ ଢଙ୍ଗରେ ପିଲାଙ୍କୁ ପଢାଗଲେ, ଭୟ ହଟିବା ସହ ଏଥିପ୍ରତି ଆଗ୍ରହ ବୃଦ୍ଧି ପାଇବ ବୋଲି କୁହାଯାଇଛି ।