ଉପ-ନିର୍ବାଚନ ପାଇଁ ବିଜେଡିର ସମରସଜ୍ଜା: ଲଢ଼େଇ ପାଇଁ ବ୍ଲକ୍ ସ୍ତରରୁ ପ୍ରସ୍ତୁତ ବିଜେଡିର ଟିମ୍

963

କନକ ବ୍ୟୁରୋ: ରାଜନୀତିରେ ଦୁଇ ପାଦ ଆଗରେ ରହିବା ଯଦି କାହାକୁ କୁହାଯାଏ, ତେବେ ଝାରସୁୁଗୁଡ଼ାରେ ବିଜେଡିର ଏହି ପ୍ରସ୍ତୁତିକୁ କହିଲେ ହୁଏତ ଭୁଲ ହେବ ନାହିଁ । ନିର୍ବାଚନ ବିଜ୍ଞପ୍ତି ଆସିବା ଆଗରୁ, ବିରୋଧୀଙ୍କ ପ୍ରାର୍ଥୀ ଘୋଷଣା କରିବା ବହୁ ଆଗରୁ ଗ୍ରାଉଣ୍ଡ ଜିରୋରେ ଯାଇ ବ୍ଳକ୍ ସ୍ତରରେ ହୋମ୍ ୱାର୍କ ରହିଛି ଶାସକ ଦଳ ।

ଝାରସୁଗଡ଼ା ଉପନିର୍ବାଚନ ପାଇଁ ବ୍ଲକୱାରୀ ନେତାଙ୍କୁ ଦାୟିତ୍ୱ ବଂଟିଛି ବିଜେଡି । ୪ଟି ବ୍ଲକ ଓ ଗୋଟିଏ ମୁନସିପାଲଟି ପାଇଁ ୧୨ ବିଜେଡି ନେତାଙ୍କୁ ଦାୟିତ୍ୱ ବଂଟନ କରାଯାଇଛି । ଯେଉଁଥିରେ ୫ମନ୍ତ୍ରୀଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ୱ ମିଳିଛି । ନଜର ପକାନ୍ତୁ କାହାକୁ କେଉଁ ଅଂଚଳର ଦାୟୀତ୍ୱ ମିଳିଛି ।

କିରିମିରା ବ୍ଲକ: ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ
କୁଲାବିରା ବ୍ଳକ: ନିରଞ୍ଜନ ପୂଜାରୀ, ସରୋଜ ମେହେର
ଝାରସୁଗୁଡ଼ା ବ୍ଳକ: ପଦ୍ମନାଭ ବେହେରା, ଅରୁଣ ସାହୁ
ଝାରସୁଗୁଡ଼ା ପୌର ପରିଷଦ: ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂଦେଓ, ସ୍ନେହାଙ୍ଗିନୀ ଛୁରୀଆ, ରୀତା ସାହୁ
ଝାରସୁଗୁଡା ପର୍ଯ୍ୟବେକ୍ଷକ ଦାୟିତ୍ୱ: ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ସାରଦା ନାୟକ

ଶାସକ ବିଜେଡି ଦଳର ଏହି ପ୍ରସ୍ତୁତି ଭିତରେ କିଏ ହେବେ ବିରୋଧୀ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଦଳ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଖୁବ୍ଶୀଘ୍ର ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ।

ଯଦିଓ ଶାସକ ବିଜେଡି ଦଳ ବିରୋଧୀଙ୍କ ତୁଳନାରେ ଦୁଇ ପାଦ ଆଗରେ ରହିଛନ୍ତି, ତଥାପି ନିର୍ବାଚନରେ ଆଗୁଆ ଅପେକ୍ଷା ପ୍ରଭାବି କିଏ ତାହା ଗୁରୁତ୍ୱ ରଖେ । ଦେଖିବାର କଥା ଉପ-ନିର୍ବାଚନରେ କାହାକୁ ବାଛୁଛନ୍ତି ଭୋଟର୍ ।