ଦକ୍ଷିଣ ଓଡ଼ିଶାରେ ଦଣ୍ଡଯାତ୍ରା: ଢ଼ୋଲ, ମହୁରୀ, ଝାଞ୍ଜ ବାଦ୍ୟର ଅନନ୍ୟ ପରମ୍ପରା ।

139

କନକ ବ୍ୟୁରୋ: ଗଂଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ମହାପର୍ବ ଦଣ୍ଡପର୍ବ । ଦଣ୍ଡପର୍ବକୁ ଦଣ୍ଡଯାତ୍ରା ମଧ୍ୟ କୁହାଯାଏ । ଏହି ଯାତ୍ରା ସବୁଠାରୁ କମ୍ ୧୩ଦିନ ଠାରୁ ୨୧ ଦିନ ପର୍ଯ୍ୟନ୍ତ ପାଳନ ହୁଏ । ଧର୍ମ ମଧ୍ୟରେ ମନୋରଞ୍ଜନ ଓ ଭକ୍ତି ମାର୍ଗର ନିଆରା ପରମ୍ପରା ହେଉଛି ଦଣ୍ଡ ପରମ୍ପରା । ଦଣ୍ଡପର୍ବରେ କାଳିଙ୍କୁ ଆବିର୍ଭାବ ପାଇଁ ଢ଼ୋଲ ମହୁରୀ ଓ ଝାଞ୍ଜ ନିହାତି ଆବଶ୍ୟକତା ଥଏ ।

ଦଣ୍ଡ ଯାତ୍ରାର ଅନ୍ୟତମ ନାମ ହେଉଛି ଦଣ୍ଡନୃତ୍ୟ । ଯେଉଁ ଠି ନୃତ୍ୟ ରହିଛି ସେଠି ବାଜା ବାଜିବା ସ୍ୱାଭାବିକ । ସେଥିପାଇଁ ଦଣ୍ଡ ନୃତ୍ୟରେ ଢ଼ୋଲ, ଝାଞ୍ଜ, ଓ ମହୁରୀର ଆବଶ୍ୟକତା ଅତ୍ୟନ୍ତ ଜରୁରୀ । ତେଣୁ ଢ଼ୋଲପୂଜା ଦଣ୍ଡଯାତ୍ରାର ଅନ୍ୟତମ ପ୍ରମୁଖ ପୂଜା ଅଟେ । ସବୁଦିନ ସନ୍ଧ୍ୟା ଆଳତୀ ପରେ ଢ଼ୋଲ ପୂଜା ସାରୀ ପାଟ ଢ଼ୋଲିଆ ଢ଼ୋଲକୁ ମରାମତି କରିଥାଏ ।

ଢ଼ୋଲ, ଗମ୍ଭାରୀ କାଠରେ ତିଆରି ହୋଇଥାଏ । ବଡ଼ ଗଣ୍ଡିକୁ ଭିତରପଟୁ କାଟି ତାକୁ ଢ଼ୋଲ ଆକାର ଦିଆଯାଇଥାଏ । ସେଥିରେ ବଧି, ପୁଡ଼ା, କିରଣ ଓ କାଳି ଦେଇ ତାକୁ ପ୍ରସ୍ତୁତ କରାଯାଇ ପୂଜା କରାଯାଇଥାଏ । ପ୍ରତିଟି ଦଣ୍ଡନୃତ୍ୟ ଟିମରେ କମସେ କମ୍ ଦୁଇଗୋଟି ଢ଼ୋଲ ବ୍ୟବହାର ହୋଇଥାଏ । ଢ଼ୋଲ ବଜାଉଥିବା ଦଣ୍ଡୁଆକୁ ପାଟ ଢ଼ୋଲିଆ ଓ ପଡ଼ି ଢ଼ୋଲିଆ କୁହାଯାଏ । ପାଟ ଢ଼ୋଲିଆ କେବଳ ପଂଳ ଓ ପଣା ପ୍ରସାଦ ଖାଇ ଏକବାରରୁ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଅନ୍ନ ତ୍ୟାଗ କରିବାର ପରମ୍ପରା ଦଣ୍ଡଯାତ୍ରାରେ ଦେଖିବାକୁ ମିଳିଥାଏ ।