ଏମିତି ଦେଖାଯିବ ଶ୍ରୀକ୍ଷେତ୍ର । ଫଟୋରେ ଫଟୋରେ ଦେଖନ୍ତୁ ପରିବର୍ତ୍ତନ ପରେ କେମିତି ଦେଖାଯିବ ପୁରୀ…

1,240

କନକ ବ୍ୟୁରୋ: ଭକ୍ତିମୟ ପରିବେଶରେ ଭଗବାନଙ୍କୁ ପାଇବେ ଭକ୍ତ । ସବୁଜିମାରେ ଭରପୁର ହେବ ଶ୍ରୀମନ୍ଦିର ଚାରିପାଖ । ଶାନ୍ତ ପରିବେଶ, ଶୀତଳ ପବନ ଆଉ ସବୁଜ ଗଛରୁ ଛାଇ ଫାଙ୍କରୁ ଭକ୍ତ ଦେଖିବେ ବଡ ଦେଉଳର ନେତ । ଡହଡହ ଖରାରେ ନୁହେଁ ବରଂ ଗଛ ଛାଇ ତଳେ ବସି ଜଗା ଦର୍ଶନ କରିବେ ଭକ୍ତ ।

ପୁରୀର ଐତିହ୍ୟ କରିଡର ବିକାଶ ପାଇଁ ଶ୍ରୀମନ୍ଦିର ଚାରିପାଖର ନକ୍ସା ପରିବର୍ତ୍ତବନ ପାଇଁ ରାଜ୍ୟ ସରକାର ନେଇଛନ୍ତି ନିଷ୍ପତ୍ତି । ଆଉ ନକ୍ସା ବଦଳିବା ପରେ କେମିତି ଦେଖାଯିବ ପରିବର୍ତ୍ତି ପୁରୀ ଦେଖନ୍ତୁ ତାର କିଛି ପ୍ରତିକାତ୍ମକ ଚିତ୍ର ।


ତେବେ ଶ୍ରୀମନ୍ଦିରର ଚାରୋଟି ଦ୍ୱାରର ନକ୍ସା ବଦଳିଯିବ । ପ୍ରତି ଦ୍ୱାର ସାମ୍ନାରେ ରଙ୍ଗବେରଙ୍ଗର ଫୁଲ ଗଛ ସହ ଭକ୍ତଙ୍କ ବସିବା ପାଇଁ ପଥରରେ ବେଞ୍ଚ ପଡିବ । ଭକ୍ତମାନେ ଜଗନ୍ନାଥ ଦର୍ଶନ ସାରି ଗଛ ମୂଳେ ଶାନ୍ତିରେ ବସି ଶ୍ରୀମନ୍ଦିରର ପରିବେଶକୁ ଉପଭୋଗ କରି ପାରିବେ ।

ଭଗବାନଙ୍କ ଓ ଭକ୍ତଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ପାଇଁ ମଧ୍ୟ ଶ୍ରୀମନ୍ଦିର ବାହାରେ ଧ୍ୟାନସ୍ଥଳୀ ରହିବ । ଏହା ସହ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବାକୁ ପାଠାଗାର ରହିବ ।


ଦୂରରୁ ବଡ ଦେଉଳ ଓ ନୀଳଚକ୍ର ଦର୍ଶନ ପାଇଁ ଏକ ଟାୱାର ରହିବ । ଔଷଧୀୟ ଗଛ ସହ ଏକ ଛୋଟ ଜଙ୍ଗଲ ସୃଷ୍ଟି କରାଯିବ । ଭୋଗ ବିକ୍ରି, ଖାଦ୍ୟ ବିକ୍ରି ପାଇଁ ବି ବ୍ୟବସ୍ଥା ହେବ । ତେବେ ମନ୍ଦିର ଚାରି ଦ୍ୱାର ଭିତରୁ ଗୋଟିଏ ଦ୍ୱାର ପାଖରେ ପଦ୍ମ ପୋଖରୀ ତିଆରି ହେବ ।


ସବୁଠାରୁ ବଡ କଥା ହେଉଛି ବଡଦାଣ୍ଡରେ ତିନି ରଥ ରହିବା ପାଇଁ ସ୍ୱତନ୍ତ୍ର ସ୍ଥାନ କରାଯିବ । ଭକ୍ତ କିଭଳି ରଥଯାତ୍ରାରେ ତିନି ରଥକୁ ସୁରୁଖୁରରେ ଟାଣି ନେବେ ତାହା ପାଇଁ ବ୍ୟବସ୍ଥା କରାଯିବ । ତେବେ ଦେଉଳ ଭିତରକୁ ଯିବାକୁ ପ୍ରସ୍ତୁତ ହୋଇଥିବା ବ୍ୟାରିକେଟ କାମ ଇତି ମଧ୍ୟରେ ଶେଷ ହୋଇଥିବା ବେଳେ ଆଗକୁ ପରିକଳ୍ପନା କରାଯାଇଥିବା ସମସ୍ତ କାମ ଶେଷ ହେବ ଆଉ ବଡଦାଣ୍ଡର ଭିନ୍ନ ଏକ ଚିତ୍ର ଭକ୍ତଙ୍କୁ ଶ୍ରୀକ୍ଷେତ୍ର ଯିବାକୁ ଅଧିକ ଆକର୍ଷିତ କରିବ ।