ରାଜଧାନୀର ଆଉ ଏକ କିଲର କାର । ସ୍କୁଟି , ବୁଲେଟ ଉପରେ ବି ଚଢିଗଲା

308

କନକ ବ୍ୟୁରୋ : ଦୋକାନ ଆଗରେ ବାଇକ ପାର୍କିଂ କରି ଫୁଟପାତ ଉପରେ ଛିଡା ହୋଇଥିଲେ ୪ ଜଣ ସାଙ୍ଗ । ଚା ପିଇ ସାରି ଘରକୁ ବାହାରୁଥିଲେ । ସ୍କୁଟି ପାଇଁ ତଳକୁ ପାଦ କାଢିବା ବେଳେ କିଛି ବୁଝିବା ଆଗରୁ ଦ୍ରୁତ ବେଗରେ ଏକ କାର ମାଡି ଆସିଲା । ରାସ୍ତା ଉପରେ ଥିବା ଲୋକମାନେ ଜୀବନ ବିକଳରେ ଯିଏ ଯୁଆଡେ ପାରିଲେ ଦୌଡିଲେ । ଆଉ ଜଣେ ଯୁବକ ଅଳ୍ପକେ ବର୍ତିଗଲେ । କିନ୍ତୁ ରାସ୍ତାରେ ପାର୍କିଂ ହୋଇଥିବା ସ୍କୁଟି, ସାଇକେଲ, ବାଇକ ଆଉ ବୁଲେଟ ଯାହାକୁ ପାଇଲା ଚଢିଯାଇଥିଲା ଏହି କିଲର କାର । କାରର ସ୍ପିଡ ଏତେ ଥିଲା ଯେ, ଇଲେକ୍ଟ୍ରିକ ପୋଲଠୁ ଆରମ୍ଭ କରି ତିନି ତିନୋଟି ଗାଡି ଭାଙ୍ଗି ଚୁରମାର କରିଦେଲା । ଦୁର୍ଘଟଣା ପରର ଦୃଶ୍ୟକୁ ଟିକିଏ ଭଲକରି ଦେଖନ୍ତୁ, ଯଦି ଏହା କାରଟି ଲୋକଙ୍କୁ ଧକ୍କା ଦେଇଥାନ୍ତା, ତାହେଲେ ଲୋକଙ୍କ ଅବସ୍ଥା କଣ ହୋଇଥାନ୍ତା ।

ଭୁବନେଶ୍ୱରରେ ଛାତିଥରା ଭିଡିଓ ଦେଖି ଲୋକଙ୍କ ମନରେ ଛନକା ପଶି ଯାଇଛି । ଘଟଣାକୁ ନେଇ ମୈ÷ତ୍ରୀ ବିହାର ଥାନାରେ ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରୁ ଏହି ଗାଡି ଏବଂ ଚାଳକଙ୍କୁ ଥାନାକୁ ନିଆ ଯାଇଥିଲା । ମଦ ପିଇ ବେପରୁଆ ଗାଡି ଚାଳନା ପାଇଁ ନିଶାଶକ୍ତ ଡ୍ରାଇଭର ବିରୋଧରେ ମାମଲା ରୁଜୁ କରିଛି ପୁଲିସ । ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରାଯାଇଛି ।

କିଛି ଦିନ ତଳେ ଭୁବନେଶ୍ୱର ରଲଟି ଛକରେ ମଦ୍ୟପ ଡ୍ରାଭରର ଛାତି ଥରା ଭିଡିଓ ସାମନାକୁ ଆସିଥିଲା । ଡ୍ରାଇଭର ଜଣକ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଏକ ସ୍କୁଟିକୁ ଘୋଷାଡି ନେଇଥିବା ଦେଖିବାକୁ ମିଳିଥିଲା । ଏହିସବୁ ଘଟଣା ଦେଖି ସାଧାରଣରେ ଗୋଟିଏ କଥା ଚର୍ଚ୍ଚା କେତେ ସୁରକ୍ଷିତ ରାଜଧାନୀ ରାସ୍ତା ।