ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗର୍ଜିଲେ ଶରଣାର୍ଥୀ । ମୁଖ୍ୟମନ୍ତ୍ରୀ ଆବାସ ବାହାର ଦେଲେ ଧାରଣା

154

କନକ ବ୍ୟୁରୋ : ଦିଲ୍ଲୀ ରାଜରାସ୍ତାରେ ଗର୍ଜିଲେ ହିନ୍ଦୁ ଶରଣାର୍ଥୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଲେ ସ୍ଲୋଗାନ । କେଜ୍ରିୱାଲ ମୁର୍ଦାବାଦ ସ୍ଲୋଗାନରେ କମ୍ପିଲା ମୁଖ୍ୟମନ୍ତ୍ରୀ ଆବାସ ବାହାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସେହି ବୟାନକୁ ନେଇ ବିବାଦ ଦେଖାଦେଇଛି ଯେଉଁଥିରେ ସେ କହିଥିଲେ ସିଏଏ ଯୋଗୁଁ ଦେଶରେ ସାମ୍ପ୍ରଦାୟିକ ହିଂସା ଦେଖାଦେବ । ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ମିିଳିଲେ ଚୋରି, ରାହାଜାନୀ, ଦଙ୍ଗା ଆଶଙ୍କା ରହିଛି । ଭୋଟବ୍ୟାଙ୍କ ରାଜନୀତି ପାଇଁ ବିଜେପି ଦେଶବାସୀଙ୍କୁ ବିପଦରେ ପକାଇଛି । କେଜ୍ରିୱାଲଙ୍କ ବୟାନକୁ ବିରୋଧ କରି ଦିଲ୍ଲୀରେ ହିନ୍ଦୁ ଶରଣାର୍ଥୀ ଜୋରଦାର ବିକ୍ଷୋଭ କରିଛନ୍ତି ।

ବିଜେପି କେଜ୍ରିୱାଲଙ୍କୁ ଟାର୍ଗେଟ କରିଛି । ଦୁର୍ନତୀ ଖୋର କେଜ୍ରିୱାଲ ଏବେ ଦେଶରେ ଘୃଣା ସୃଷ୍ଟି କରି ସାମ୍ପ୍ରଦାୟିକ ହିଂସା ଉଦ୍ୟମ କରୁଥିବା ବିଜେପି କହିଛି । ସେପଟେ ଜବାବ ରଖିଛି ଆମ ଆଦମୀ ପାର୍ଟି ।

କେନ୍ଦ୍ର ସରକାର ସିଏଏ ଆଇନ ଲାଗୁ କରିବା ପାଇଁ ବିଜ୍ଞପ୍ତି ଜାରି କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ବିଭିନ୍ନ ଦଳ ଏହାକୁ ବିରୋଧ କରିବା ସହ ପ୍ରତିବାଦ ମଧ୍ୟ କରୁଛନ୍ତି । ଏହା ଭିତରେ କେଜ୍ରିୱାଲଙ୍କ ବୟାନକୁ ନେଇ ନୂଆ ବିବାଦ ଦେଖାଦେଇଛି ।