ଇଭିଏମ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ । ଲୋକସଭା ନିର୍ବାଚନରେ ଇଭିଏମ ପରିବର୍ତେ ବାଲଟ ପେପର ମତଦାନ କରିବାକୁ ଦାବି

98

କନକ ବ୍ୟୁରୋ : ପୁଣି ଇଭିଏମ ପ୍ରସଙ୍ଗ ଉଠାଇଛି କଂଗ୍ରେସ । ଲୋକସଭା ନିର୍ବାଚନରେ ଇଭିଏମ ପରିବର୍ତେ ବାଲଟ ପେପର ମତଦାନ କରିବାକୁ ମହାରାଷ୍ଟ୍ରର ଭାରତ ଯୋଡ ନ୍ୟାୟ ଯାତ୍ରାରେ ଦାବି କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସାରା ଦେଶ ଇଭିଏମ ହଟାଇବାକୁ ଚାହୁଁଥିବା ବେଳେ ନିର୍ବାଚନ କମିଶନ ଶୁଣୁନଥିବା କହିଛନ୍ତି ରାହୁଲ ଗାନ୍ଧୀ    । କଂଗ୍ରେସ ସାଂସଦ ମୋଦୀ ସରକାରଙ୍କୁ ଟାର୍ଗେଟ କରି ଗଣମାଧ୍ୟମ ଦୋଷ ଦେଇଛନ୍ତି । ଗଣମାଧ୍ୟମ ଦେଶର ପ୍ରମୁଖ ସମସ୍ୟାକୁ ଦେଖାଉନାହିଁ କିନ୍ତୁ ୨୪ ଘଂଟା ମୋଦୀଜୀଙ୍କୁ ଦେଖାଉଛି । ଟିଭି ଚ୍ୟାନେଲ କୃଷକଙ୍କ ସମସ୍ୟା, ମୁଦ୍ରାସ୍ଫିତି, ବେରୋଜଗାରୀ , ଅଗ୍ନିବୀର ଉପରେ ଆଲୋଚନା କରୁନାହିଁ ହେଲେ ମୋଦୀଜୀ ପାଣିରେ ବୁଡିଲେ ବି ମିଡିଆ ତାହା ଦେଖାଉଛି । ମହାରାଷ୍ଟ୍ରର କୃଷକମାନଙ୍କ ସହ ଆଲୋଚନା କରିବା ଅବରସରେ ଏଭଳି କହିଛନ୍ତି ରାହୁଲ ଗାନ୍ଧୀ ।