ସିଏଏକୁ ବିରୋଧ, ଜବାବ ରଖିଲେ ଗୃହମନ୍ତ୍ରୀ । ଶାହା କହିଲେ କୌଣସି ପରିସ୍ଥିତିରେ ପ୍ରତ୍ୟାହାର ହେବନି ସିଏଏ

83

କନକ ବ୍ୟୁରୋ : ଦେଶରେ ଲାଗୁ ହୋଇଛି ସିଏଏ ବା ନାଗରିକ ସଂଶୋଧନ ଆଇନ । ଏହାକୁ ବିଭିନ୍ନ ରାଜନୈତିକ ଦଳ ବିରୋଧ କରୁଛନ୍ତି । ଏପରିକି ଟିଏମସି, ଏଆଇଏଡିଏମକେ ଓ କଂଗ୍ରେସ ନିଜ ଶାସିତ ରାଜ୍ୟରେ ଆଇନ ଲାଗୁ କରିବେନି ବୋଲି କହିଛନ୍ତି । ଏହା ଦେଶବାସୀଙ୍କ ହିତରେ ନୁହେଁ ବିଜେପି ସରକାରଙ୍କ ଭୋଟବ୍ୟାଙ୍କ ରାଜନୀତିର ଆଇନ କହି ବିରୋଧୀ ବାରମ୍ବାର ଆକ୍ଷେପ କରୁଛନ୍ତି । ଏହା ଉପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ଗୃହମନ୍ତ୍ରୀ ଅମିିତ ଶାହା । କୌଣସି ପରିସ୍ଥିତିରେ ସିଏଏ ପ୍ରତ୍ୟାହାର ହେବନି ବୋଲି ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ ।

ଶାହା କହିଛନ୍ତି ସିଏଏକୁ ନେଇ କିଛି ଦଳ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି । ମିଥ୍ୟା ପ୍ରଚାର କରି ସାମ୍ପ୍ରଦାୟି କ ହିଂସା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ଏହି ଆଇନର ପ୍ରକୃତ ଉଦ୍ଦେଶ୍ୟ ଶରଣାର୍ଥୀଙ୍କୁ ନ୍ୟାୟ ଦେବ । ଏହା ଆଦୌ ମୁସଲିମ ବିରୋଧୀ ଆଇନ ନୁହେଁ ।

ଏଥିସହ ଶାହା କହିଛନ୍ତି ସିଏଏ ଆଣିବାକୁ ଘୋଷଣା ପତ୍ରରେ ପ୍ରତିଶ୍ରୁତି ଦେଇଥିଲେ ବିଜେପି ସରକାର । ଯାହା ଏବେ ପୂରା କରିଛି ଦଳ । ବିଜେପିର ଏଜେଣ୍ଡା ସ୍ପଷ୍ଟ । ମୋଦୀଙ୍କ ଗ୍ୟାରେଂଟି କେବଳ ପ୍ରତିଶ୍ରୁତିରେ ସୀମିତ ନୁହେଁ କାର୍ଯ୍ୟକାରୀ ମଧ୍ୟ କରାଯାଉଛି । କିନ୍ତୁ ପ୍ରତିଶ୍ରୁତି ଦେଇ ପୂରା କରିନି କଂଗ୍ରେସ ଆଉ ଏବେ ଏହାକୁ ବିରୋଧ କରୁଛି ।

ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଲାଗୁ କରି ମୋଦୀ ସରକାର ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ଏହି ଆଇନରେ ଭାରତରେ ରହୁଥିବା ପଡୋଶୀ ୩ଟି ଦେଶର ସଂଖ୍ୟାଲଘୁୁ ଭାରତର ନାଗରିକ ହୋଇପାରିବେ । ଏଥିପାଇଁ ଅନଲାଇନରେ ଆବେଦନ କରିବାକୁ ପଡିବ । ନାଗରିକତା ସଂଶୋଧନ ଆଇନରେ ମୁସଲମାନଙ୍କୁ ବାଦ ଦେଲେ ୩ ମୁସଲମାନ ବହୁଳ ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଆସିଥିବା ସଂଖ୍ୟାଲଘୁୁ ଭାରତୀୟ ନାଗରିକ ହୋଇପାରିବେ । ଏଥିପାଇଁ ୧୯୫୫ର ଆଇନର ସଂଶୋଧନ କରାଯାଇଛି । ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଯେଉଁ ଶରଣାର୍ଥୀ ଆସିଛନ୍ତି ସେମାନେ ଭାରତୀୟ ନାଗରିକ ହୋଇପାରିବେ ।