ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ’: ୫ରାଜ୍ୟ ପାଇଁ ସତର୍କ ସୂଚନା ଜାରି, ଗୁଜରାଟ ପାଇଁ ରେଡ଼୍ ୱାର୍ଣ୍ଣିଂ

1,485

କନକ ବ୍ୟୁରୋ: ବାତ୍ୟା ବିପର୍ଯ୍ୟୟକୁ ନେଇ ଜରୁରୀ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଅଛନ୍ତି । ଆରବ ସାଗରରେ ସୃଷ୍ଟି ଅତ୍ୟନ୍ତ ଭିଷଣ ବାତ୍ୟା ବିପର୍ଯ୍ୟୟ ପାଇଁ ମୁମ୍ବାଇ ଓ ଗୁଜରାଟରେ ହାଇ ଆଲର୍ଟ ଜାରି କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୌରାଷ୍ଟ୍ର ଓ କଚ୍ଚ ଉପକୂଳରେ ୧୪ତାରିଖରେ ଅରେଂଜ ଓ ୧୫ତାରିଖ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଜୁନ୍ ୧୫ତାରିଖ ମଧ୍ୟାହ୍ନ ସୁଦ୍ଧା ବିପର୍ଯ୍ୟୟ ଗୁଜରାଟର ଜଖୌ ବନ୍ଦର ନିକଟରେ ସୌରାଷ୍ଟ୍ର-କଚ୍ଚ ଏବଂ ସଂଲଗ୍ନ ପାକିସ୍ତାନ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ବଳ ଗୋଟାଉଛି ବାତ୍ୟା ବିପର୍ଯ୍ୟୟ । ଆରବ ସାଗରରେ ସୃଷ୍ଟି ଅତ୍ୟନ୍ତ ଭୀଷଣ ବାତ୍ୟା ବିପର୍ଯ୍ୟୟ ପାଇଁ ମୁମ୍ବାଇ ଓ ଗୁଜରାଟରେ ହାଇ ଆଲର୍ଟ ଜାରି କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୌରାଷ୍ଟ୍ର ଓ କଚ୍ଚ ଉପକୂଳରେ ୧୪ତାରିଖରେ ଅରେଂଜ ଓ ୧୫ତାରିଖ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଜୁନ୍ ୧୫ତାରିଖ ମଧ୍ୟାହ୍ନ ସୁଦ୍ଧା ବିପର୍ଯ୍ୟୟ ଗୁଜରାଟର ଜଖୌ ବନ୍ଦର ନିକଟରେ ସୌରାଷ୍ଟ୍ର-କଚ୍ଚ ଏବଂ ସଂଲଗ୍ନ ପାକିସ୍ତାନ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ଶେଷ ସୂଚନା ଅନୁସାରେ, ଘଂଟାପ୍ରତି ୮କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମୁହାଁଉଥିବା ଜଣାପଡ଼ିଛି । ୧୪ତାରିଖ ସକାଳ ପର୍ଯ୍ୟନ୍ତ ଏହା ଉତର ଦିଗରେ ଗତି କରିବା ପରେ ଉତର ଓ ଉତର ପୂର୍ବ ମୁହାଁ ହୋଇ ଗୁଜରାଟ ଓ ତତସଂଲଗ୍ନ ପାକିସ୍ତାନରେ ଲ୍ୟାଣ୍ଡଫଳ କରିବାର ସମ୍ଭାବନା ରହିଛି । କିନ୍ତୁ ବର୍ତମାନ ଅତ୍ୟନ୍ତ ଭୀଷଣ ଝଡର ରୂପ ନେଇଥିବା ବିପର୍ଯ୍ୟୟ ସ୍ଥଳଭାଗ ଅତିକ୍ରମ କଲା ବେଳକୁ ସାମାନ୍ୟ ଦୁର୍ବଳ ହୋଇ ଏକ ଅତି ଭୀଷଣ ବାତ୍ୟାର ରୂପ ନେଇ ସାରିଥିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୨୫ରୁ ୧୩୫କିଲୋମିଟର ଓ ସ୍ଥଳବିଶେଷରେ ୧୫୦କିଲୋମିଟର ପର୍ଯ୍ୟନ୍ତ ରହିପାରେ ।

ବାତ୍ୟା ବିପର୍ଯ୍ୟକୁ ନେଇ ଜରୁରୀ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିିଲେ । ସ୍ଥଳଭାଗ ଛୁଇଁବାବେଳେ ବାତ୍ୟା ବ୍ୟାପକ କ୍ଷତି ଘଟାଇବା ସମ୍ଭାବନା ରହିଛି । ତେଣୁ ଏନେଇ ସାମ୍ଭାବ୍ୟ ପ୍ରଭାବିତ ରାଜ୍ୟରେ ମୁକାବିଲା ପ୍ରସ୍ତୁତି ଚାଲିଛି । ବିଶେଷ କରି ଗୁଜରାଟ ଓ ମହାରାଷ୍ଟ୍ରର କିଛି ସ୍ଥାନ ପାଇଁ । ଆଲର୍ଟ ଜାରି କରାଯାଇଛି । ଗୁଜରାଟର କଚ୍ଚ, ଦ୍ୱାରାକା, ପୋରବନ୍ଦର, ଜାମନଗର, ରାଜକୋଟ , ଜୁନାଗଡ,ରେ ବିଶେଷ ପ୍ରଭାବ ପଡିପାରେ । ସେପଟେ ବିପର୍ଯ୍ୟୟ ପ୍ରଭାବରେ ମୁମ୍ବାଇର ପାଣିପାଗ ବଦଳିବା ସହ ସମୁଦ୍ର ଅଶାନ୍ତ ହୋଇପଡିଛି । ସମୁଦ୍ରତଟରେ ଚଳପ୍ରଚଳ ପାଇଁ ବାରଣ କରାାଂଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । କିଛି ସମୁଦ୍ରତଟବର୍ତୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ଗୁଜରାଟ ଓ ମହାରାଷ୍ଟ୍ରାର ଆଗାମୀ ୫ଦିନ ଧରି ବର୍ଷା ହେବା ସମ୍ଭାବନା ରହିଛି ।

ବାତ୍ୟା ସ୍ଥିିତିକୁ ଦୃ୍ଷ୍ଟିରେ ରଖି ଗୁଜରାଟରେ ଜୁନ ୧୩ରୁ ୧୫ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେହପରି ବିମାନ ଓ ଟ୍ରେନ ଚଳାଚଳରେ ସମୟ ପରିବର୍ତନ ଓ କିଛି ରୁଟରେ ସ୍ଥଗିତ ରଖାଯାଇଛି ।