ଆଜି ରାଜ୍ୟରେ ଅସହ୍ୟ ତାତି । ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରରେ ୩୬ ଡିଗ୍ରୀ ଟପିଲା ପାରଦ, ଆର୍ଦ୍ରତା ୬୭ ପ୍ରତିଶତ ।

115

କନକ ବ୍ୟୁରୋ: ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି । ସକାଳ ୮ଟା ସୁଦ୍ଧା ଭୁବନେଶ୍ୱରରେ ତାପାମାତ୍ରା ୩୬ ଡିଗ୍ରୀ ରେକର୍ଡ ହୋଇଛି ଏବଂ ଆର୍ଦ୍ରତା ୬୭ ପ୍ରତିଶତ ରହିଛି । ଆସନ୍ତା ୨ ସପ୍ତାହ ଯାଏଁ ତାପମାତ୍ରା ଅଧିକ ରହିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟରେ ପୁଣି ୪୫ ଡିଗ୍ରୀ ଛୁଇଁପାରେ ପାରଦ । ବିଶେଷ କରି ପଶ୍ଚିମ ଓଡିଶାରେ ପାରଦ ଆହୁରି ବଢିପାରେ ।

ସକାଳ ସାଢେ ୮ଟା ସୁଦ୍ଧା ପୁରୀର ତାପମାତ୍ରା ୩୪. ୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବାଲେଶ୍ୱର ଓ ଚାନ୍ଦବାଲିରେ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି କଟକ ତାପମାତ୍ରା ୩୩.୬ ଡିଗ୍ରୀ , ଗୋପଳପୁରରେ ୩୨.୪ଡିଗ୍ରୀ ରେକର୍ଡ କରାଯାଇଛି ।