ଝାରସୁୁଗୁଡ଼ାରେ ଆୟକର ବିଭାଗର ଚଢ଼ାଉ । ଗତକାଲି ରାତିରୁ ବିଶାଳ ଦାସଙ୍କ କର୍ମଚାରୀଙ୍କ ଘରେ ରେଡ କରୁଛି ଆଇଟି । 

399

କନକ ବ୍ୟୁରୋ: ଝାରସୁଗୁଡ଼ାରେ ଜାରି ରହିଛି ଆୟକର ବିଭାଗର ଚଢାଉ । ଗତକାଲି ରାତିରୁ ବିଶାଳ ଦାସଙ୍କ ଜଣେ କର୍ମଚାରୀଙ୍କ ଘରେ ଆଇଟି ରେଡ୍ କରୁଛି । ରେଡରେ ଦୁଇ ଜଣ ଆଇଟି ଅଧିକାରୀ ସାମିଲ ହୋଇଛନ୍ତି । ଗତକାଲି ବିଶାଳ ଦାସଙ୍କୁ ୪ ଘଣ୍ଟା ଆଇଟି ଅଧିକାରୀ ପଚରା ଉଚରା କରି ଛାଡିଥିବା ସୂଚନା ମିଳିଥିଲା । ଏଥିସହ ତାଙ୍କର ଜଣେ ସହଯୋଗୀଙ୍କୁ ଆଇଟି ବିଭାଗ ଅଟକ ରଖି ପଚରାଉଚରା କରୁଥିବା ଖବର ଆସିଥିଲା ।

କାଲି ଅପରାହ୍ନରେ ବିଶାଳ ଏକ ଘରୋଇ ହୋଟେଲରେ ଥିବା ବେଳେ ଆଇଟି ଟିମ୍ ଚଢାଉ କରିଥିଲେ । ତେବେ ହୋଟେଲରୁ କେତେ ଟଙ୍କା ଜବତ ହୋଇଛି ସେନେଇ କୌଣସି ସୂଚନା ମିଳିନାହିଁ । ଏହାପରେ ବିଶାଳ ଦାସଙ୍କୁ ଝାରସୁଗୁଡାର ମେଫେୟାର ହୋଟେଲକୁ ନିଆଯାଇ ୪ ଘଣ୍ଟା ପଚରାଉଚରା କରିବା ପରେ ଛାଡିଥିଲେ ଆଇଟି ଅଧିକାରୀ ।