କେଦାରନାଥରେ ବଡ ଦୁର୍ଘଟଣା, ହେଲିକପ୍ଟର ଦୁର୍ଘଟଣାରେ ୬ ମୃତ

295

କନକ ବ୍ୟୁରୋ : କେଦାରନାଥ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାରେ ଶିକାର ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଗଣୁଡଚଟ୍ଟି ଅଞ୍ଚଳରେ ହୋଇଥିବା କୁହାଯାଉଛି । ଦୁର୍ଘଟଣାରେ ଶିକାର ହୋଇଥିବା ହେଲିକପ୍ଟରଟି ଆର୍ୟନ ହେଲି କମ୍ପାନୀର ବୋଲି କୁହାଯାଉଛି ।

 

ସୂତ୍ର ସୂଚନା ମୁତାବକ ଦୁର୍ଘଟଣାଗ୍ରସ୍ଥ ହେଲିକପ୍ଟରରେ ୫ ଜଣ ଯାତ୍ରୀ ଓ ୨ ଜଣ ପାଇଲଟ୍ ଥିଲେ । ଘନ ବାଦଲ କାରଣରୁ ଏହି ଦୁର୍ଘଟଣା ଘଟିଥିବା କଥା କୁହାଯାଉଛି । ସେପଟେ କେଦାରନାଥରେ ଘନ ବାଦଲ କାରଣରୁ ଯାତ୍ରୀମାନେ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହି ଦୁର୍ଘଟଣା ପରେ ହେଲିକପ୍ଟରଟି ଖଣ୍ଡ ଖଣ୍ଡ ହୋଇଯାଇଛି । ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।