ପୁରୀରେ ପ୍ରବଳ ଗହଳି । ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ହଜାର ହଜାର ଭକ୍ତ ।

291

କନକ ବ୍ୟୁରୋ: ପୁରୀରେ ପ୍ରବଳ ଗହଳି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡଦାଣ୍ଡରେ ହୋଇଛି ଭକ୍ତଙ୍କ ସମାଗମ । ହଜାର ହଜାର ସଂଖ୍ୟାରେ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି । ଆଜି ରବିବାର ସାଙ୍ଗକୁ ସନ୍ତାକାଲି ବଡ଼ ଦିନ ରହିଛି । ତେଣୁ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆଜି ସକାଳଠାରୁ ପୁରୀରେ ଭକ୍ତଙ୍କ ଭିଡ଼ ଲାଗିଛି । ଲମ୍ବା ଲାଇନରେ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଉଛନ୍ତି । ଏହା ସହ ଆଗକୁ ନୂଆ ବର୍ଷ ଆସୁଥିବାରୁ ବଡ଼ଦାଣ୍ଡରେ ଏପରି ଗହଳି ଲାଗି ରହିବ ।