ଅସହ୍ୟ ଗୁଳୁଗୁଳି । ସନ୍ତୁଳି ହେଉଛି ରାଜଧାନୀ

317

କନକ ବ୍ୟୁରୋ : ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଗରମରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ । ସକାଳ ସାଢ଼େ ୮ଟା ସୁଦ୍ଧା ୩୧ ଡିଗ୍ରୀ ଛୁଇଁଲା ଭୁବନେଶ୍ୱରରେ ତାପମାତ୍ରା । ୮୫ ପ୍ରତିଶତ ଆଦ୍ରତା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଗତକିଛି ଦିନ ହେଲା ବର୍ଷା ପ୍ରଭାବରେ ତାପମାତ୍ର କମ୍ ରହିଥିବା ବେଳେ ଆଜି ସକାଳୁ ପ୍ରବଳ ଗରମ ଅନୁଭୁତ ହେଉଛି । ଯାହା ଦ୍ୱାରା ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି । ତେବେ ଦିନ ବଢ଼ିବା ସହ ଖରା ବଢ଼ିବାର ସମ୍ଭାବନା ରହିଛି । ଦ୍ୱିପ୍ରହର ହୋଇଗଲେ ଖରାରେ ପଦାକୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇପଡୁଛି । ବାହାରକୁ ବାହାରିଲେ ଦେହ ଜଳିଯାଉଛି । ଦୋକାନ ବଜାର ସବୁ ବନ୍ଦ ହୋଇଯାଉଛି । ପ୍ରବଳ ଖରା ମଣିଷ ଜୀବନକୁ ହନ୍ତସନ୍ତ କରୁଥିବା ବେଳେ ଏହା ଦ୍ୱାରା ବ୍ୟବସାୟ ମଧ୍ୟ ଏକ ପ୍ରକାର ମାନ୍ଦା ହୋଇଯାଇଛି ।