କେରଳରେ ଡଙ୍ଗା ବୁଡି ଘଟଣା : ୨୨ ମୃତ, ମୃତକଙ୍କ ଭିତରେ ଅନେକ ଛୋଟପିଲା

143

କନକ ବ୍ୟୁରୋ : କେରଳରେ ଡଙ୍ଗା ବୁଡି ଘଟଣାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଡଙ୍ଗା ବୁଡିରେ ମୋଟ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ରୁ ଅଧିକ ଶିଶୁଥିବା ନେଇ ସୂଚନା । ତେବେ ଏହି ଘଟଣାକୁ ନେଇ ପୁରା କେରଳରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ପରିବାରରେ ଦୁଃଖର ପାହାଡ ଖସିପଡିଛି ।

କେରଳର ମଲପୁରମ ଜିଲ୍ଲାର ତନୁର ନିକଟରେ ଗତକାଲି ରାତିରେ ଏକ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାଗସ୍ତ ହୋଇଥିଲା । ଦୁର୍ଘଟଣା ସମୟରେ ଡଙ୍ଗାରେ ୪୦ରୁ ୫୦ ଜଣ ଯାତ୍ରୀ ଥିବା ନେଇ ସୂଚନା ମିଳିଛି । ଯୁଦ୍ଧକାଳୀନ ଭିତିରେ ଗତକାଲି କିଛି ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ପର୍ଯ୍ୟଟକଙ୍କ ମଧ୍ୟରୁ କିଛି ନିଖୋଜ ଥିବାରୁ ସେମାନଙ୍କୁ ଠାବ କରିବାକୁୁ ପ୍ରୟାସ ଜାରି ରହିଛି । ରାତି ସମୟରେ ଦୁର୍ଘଟଣା ଘଟିଥିବାରୁ ଉଦ୍ଧାରକାରୀ ଦଳ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା ।

ସୂଚନା ମୁତାବକ, ଅପରାହ୍ଣ ୫ଟାରେ ଏହି ଯାତ୍ରିବାହୀ ଡଙ୍ଗା ପର୍ଯ୍ୟଟକଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲା । ଉକ୍ତ ଡଙ୍ଗାରେ ଆବଶ୍ୟକୀୟ ଜୀବନ ରକ୍ଷାକାରୀ ଉପକରଣ ନଥିବା ନେଇ ମଧ୍ୟ ସୂଚନା ମିଳିଛି ।