ଘାଣ୍ଟ ତରକାରୀ ଚାଖୁ ଚାଖୁ ହଣ୍ଡା ଭିତରେ ଖସିପଡିଲେ ମଦ୍ୟପ ଯୁବକ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

2,420

କନକ ବ୍ୟୁରୋ : ଆମିଷ ଘାଂଟ ତରକାରୀ ଚାଖୁ ଚାଖୁ ହଣ୍ଡା ଭିତରେ ଖସିପଡିଲେ ମଦ୍ୟପ ଯୁବକ । ଗୁରୁତର ଅବସ୍ଥାରେ ମଦ୍ୟପଙ୍କୁ ମେଡାକଲରେ ଭର୍ତି କରାଯାଇଛି । ଗୁରୁତର ଯୁବକ ହେଉଛନ୍ତି ଟାଙ୍ଗୀ ଥାନା ହରିପୁର ଗାଁର ପ୍ରତାପ ମହାପାତ୍ର ।

ସୂଚନା ଅନୁଯାୟୀ, ହରିପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ପ୍ରତାପ । ସେଠାରେ ପ୍ରତାପଙ୍କ ସମ୍ପର୍କୀୟ ରୋଷେଇ କରୁଥୁବାରୁ ସେ ଖନ୍ଦାଶାଳକୁ ଯାଇଥିଲେ । ମଦ ନିଶାରେ ଟୁର ଥିବା ପ୍ରତାପ କଣ ସବୁ ରୋଷେଇ ସରିଲାଣି ପଚାରିିଥିଲେ । ପରେ ଖନ୍ଦାରେ ବସିଥିବା ଆମିଷ ହଣ୍ଡାରୁ ତରକାରୀ ଆଣି ଚାଖୁଥିଲେ । ଏହି ସମୟରେ ନିଶାରେ କିଛି ଜାଣିନପାରି ହଣ୍ଡା ଭିତରେ ଖସିପଡିଥିଲେ । ପ୍ରଥମେ ତାଙ୍କୁ ଟାଙ୍ଗୀ ମେଡିକାଲରେତ୍ତଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।