ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି ପ୍ରଚଣ୍ଡ ଖରା : ଆଜିଠୁ ଆହୁରି ବଢିବ ତାତି; ପଣା ସଂକ୍ରାନ୍ତିରେ ୪୨ ଡିଗ୍ରୀରୁ ଅଧିକ ରହିପାରେ ପାରଦ

195

କନକ ବ୍ୟୁରୋ : ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହେଲେଣି ରାଜ୍ୟବାସୀ । ଏବେଠୁ ୪୦ ଡିଗ୍ରୀ ପାର କଲାଣି ପାରଦ । ଆଜିଠୁ ତାତି ଆହୁରି ବଢିବ । ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବା ସହ ଉତର-ପଶ୍ଚିମ ଦିଗରୁ ଶୁଷ୍କ-ଗରମ ବାୟୁ ପ୍ରଭାବରେ ଦିନ ତାପମାତ୍ରା ବୃଦ୍ଧି ହେବା ସମ୍ଭାବନା ରହିଛି ।

ଆସନ୍ତା ୨ରୁ ୩ ଦିନ ମଧ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହୋଇପାରେ । ପଣା ସଂକ୍ରାନ୍ତିରେ ୪୨ ଡିଗ୍ରୀ ପାର କରିପାରେ ପାରଦ । ଗତକାଲି ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା । ଝାରସୁୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ବାରିପଦାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଭୁବନେଶ୍ୱର ସମତେ ୧୩ଟି ସ୍ଥାନରେ ୩୯ ଡିଗ୍ରୀ ଡେଇଁଛି ପାରଦ ।

ସେହିପରି ୬ଟି ସ୍ଥାନରେ ୩୮ ଡିଗ୍ରୀ ଟପିଛି ତାତି । ଭୁବନେଶ୍ୱର, ସମ୍ବଳପୁର, ଚାନ୍ଦବାଲି, ଅନଗୁଳର ସର୍ବୋଚ୍ଚ ତାପମାତ୍ରା ୩୯.୭ ଡିଗ୍ରୀ ରେକର୍ଡ କରାଯାଇଛି । କଟକର ତାପମାତ୍ରା ରହିଛି ୩୯.୧ ଡିଗ୍ରୀ । ବୈଦ୍ଧ ଓ ମାଲକାନଗିରିର ତାପମାତ୍ରା ରହିଛି ୩୯.୫ ଡିଗ୍ରୀ । ରାଜଧାନୀ ସକାଳୁ ସକାଳୁ ଅସହ୍ୟ ତାତି ଅନୁଭୁତ ହେଉଛି । ଦିନ ବଢିବା ସହ ତାତି ବଢିବାରେ ଲାଗିଛି । ସକାଳେ ଆଦ୍ରତା ବୃଦ୍ଧି ଯୋଗୁଁ ଗୁଳୁଗୁଳି ଅଧିକ ହେଉଛି ।