କେନ୍ଦୁଝର ହାଟଡିହିରେ କଂଗ୍ରେସର ହାତ ସେ ହାତ ଯୋଡ଼ ଯାତ୍ରା। ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା।

80

କନକ ବ୍ୟୁରୋ: ହାଟଡିହିରେ କଂଗ୍ରେସର ହାତ ସେ ହାତ ଯୋଡ଼ ଯାତ୍ରା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କଠାରୁ ନେଇ ବହୁ ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇଥିଲେ । କଂଗ୍ରେସ ଦଳ ମଜବୁତ କରିବା ସହ ଦଳରେ ଯୋଗଦାନ ନେଇ ଆହ୍ୱାନ କରିଥିଲେ ।

କେନ୍ଦ୍ରକୁ ବିରୋଧ କରିବା ସହ ଭ୍ରଷ୍ଟାଚାରକୁ ପ୍ରତିହତ କରିବାପାଇଁ ଏକଜୁଟ ହେବାକୁ କହିଛି ଦଳ । ସେହିଭଳି ହାଟଡିହିରେ ବିଭିନ ଯୋଜନା ସବୁ ବାଟମାରଣା ହେଉଛି । ଯୋଜନା ନାଁରେ ଚାଲିଛି ଲୁଟତରାଜ । ଯାହାର ବିରୋଧ କରିବା ସହ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ କହିଛି କଂଗ୍ରେସ ।