ବିଶ୍ୱକପ ଅବଶିଷ୍ଟ ମ୍ୟାଚରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଦୁଃଖଭରା ପୋଷ୍ଟ କରି ସୋସିଆଲ ମିଡିଆରେ କଲେ ଦୁଖଃପ୍ରକାଶ

461

କନକ ବ୍ୟୁରୋ : ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଆହତ କାରଣରୁ ବିଶ୍ୱକପରୁ ବାଦ ପଡିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସୋସିଆଲ ମିଡିଆରେ ଭାବପୂର୍ଣ୍ଣ ପୋଷ୍ଟ କରି ପାଣ୍ଡ୍ୟା ଜଣାଇଲେ ମନର ବେଦନା । ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ପୂରା ବିଶ୍ୱକପରୁ ବାଦ ପଡିଛନ୍ତି ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା । ଆହତ ସମସ୍ୟାରୁ କୁଳିପାରିନଥିବା ବେଳେ ପୂରା ଟୂର୍ଣ୍ଣାମେଂଟରୁ ତାଙ୍କୁ ବାଦ ଦିଆଯାଇଛି । ତାଙ୍କ ପରିବର୍ତେ ଭାରତୀୟ ଟିମରେ ପେସର ପ୍ରସିଦ୍ଧ ସିହ୍ନାକୁ ସାମିଲ କରାଯାଇଛି । ସେପଟେ ବିଶ୍ୱକପ ଟିମରୁ ବାଦ ପଡିବା ପରେ ନିଜ ସୋସିଆଲ ମିଡିଆ ଆକାଉଂଟରେ ହାର୍ଦ୍ଧିକ ପାଣ୍ଡ୍ୟା ଇମୋସନାଲ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।