ଭୂକମ୍ପ ଝଟକାରେ ଥରିଲା ନେପାଳ । ୧୩୦ରୁ ଅଧିକ ମୃତ, ଶତାଧିକ ଆହତ

138

କନକ ବ୍ୟୁରୋ : ଯୁଆଡେ ନଜର ପଡୁଛି ସେଠି କେବଳ ଧ୍ୱଂସର ଚିତ୍ର । କେଉଁଠି ଅଟାଳିକା ଭାଙ୍ଗିପଡିଛି ତ ପୁଣି କେଉଁଠି ଛାରଖାର ହୋଇପଡିଛି ଜନଜୀବନ । କିଏ ଭଙ୍ଗା ଚଟାଣ ତଳୁ ନିଜ ନିଖୋଜ ସର୍ମ୍ପକୀୟଙ୍କୁ ଖୋଜୁଛି ତ ପୁଣି କିଏ ସବୁ କିଛି ହରାଇ ହତାଶ ହୋଇପଡିଛି । ଶନିବାର ସକାଳୁ ଉତର ନେପାଳରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ । ଭୂକମ୍ପରେ ଜାଜରକୋର୍ଟ ଜିଲ୍ଲା ସବୁଠୁ ଅଧିକ କ୍ଷତିଗସ୍ତ ହୋଇଛି । ଜାଜରକୋର୍ଟରେ ୯୦ ଓ ରୁକୁମ ଜିଲ୍ଲାରେ ପ୍ରାୟ ୩୦ରୁ ଅଧିକ ଲୋକଙ୍କ ପ୍ରାଣହାନି ହୋଇଛି । ଭୂମକମ୍ପ ଝଟକାରେ ଶତାଧିକ ଆହତ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍କ କମଲ ଦହଲ । ଆହତମାନଙ୍କୁ ଏୟାରଲିପ୍ଟ କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଉଛି  । କିଛି ଗୁରୁତରଙ୍କୁସେନା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଉଦ୍ଧାରକାର୍ଯ୍ୟରେ ନେପାଳ ସରକାର, ସେନା, ବିଭିନ୍ନ ସଂଗଠନ ସହ ରାଜନୈତି ଦଳ ନିୟୋଜିତ ଅଛନ୍ତି ।

-ଶୁକ୍ରବାର ମଝି ରାତିରେ ନେପାଳରେ ପ୍ରଳୟଙ୍କାରୀ ଭୂକମ୍ପ
-ରାତି ପ୍ରାୟ ୧୨ଟାରେ ପ୍ରଥମ ଝଟକା ଅନୁଭୂତ ହୋଇଥିଲା
-ରେକ୍ଟର ସ୍କେଲରେ ତ୍ରୀବତା ୬.୪ ରେକର୍ଡ କରାଯାଇଛି
-ନେପାଳରେ ଏକ ମାସରେ ୩ଥର ଭୂକମ୍ପ ଘଟିସାରିଲାଣି

ନେପାଳ ଭୂକମ୍ପ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ବିଭିନ୍ନ ରାଷ୍ଟ୍ର । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପେଶ ଏକ୍ସରେ ସମବେଦନାଭରା ପୋଷ୍ଟ କରିଛନ୍ତି । ମୃତକ ଓ ଆହତଙ୍କ ପରିବାରକୁ ସମବେଦନ ଜଣାଇଛନ୍ତି ମୋଦୀ । ଗୋଟିଏ ମାସରେ ନେପାଳ ୩ଥର ବଡ ଭୂକମ୍ପ ଦେଖିସାରିଲାଣି । ସେପଟେ ନେପାଳ ଭୁକମ୍ପ ଝଟକା ଭାରତରେ ମଧ୍ୟ ଅନଭୁତ ହୋଇଛି । ଦିଲ୍ଲୀ –ଏନସିଆର ସମେତ ବିହାର ଓ ଉତରପ୍ରଦେଶରେ ମଧ୍ୟ ଭୂମକମ୍ପରେ ଥରି ଉଠିଛି ।