ଆସୁଛି କମଲ ହାସନଙ୍କ ହାଇବଜେଟ ତଥା ନୂଆ ସିନେମା ହିନ୍ଦୁସ୍ତାନୀ ଟୁ । ନୂଆ ଟିଜରରେ କମଲ, ରକୁଲ, ସିଦ୍ଧାର୍ଥଙ୍କ ଦମଦାର ଚରିତ୍ର ଉପସ୍ଥାପନ

111

କନକ ବ୍ୟୁରୋ : ସାଉଥସୁପର ଷ୍ଟାର କମଲ ହାସନଙ୍କ ଆଗାମୀ ଚଳଚିତ୍ର ହିନ୍ଦୁସ୍ତାନୀ ଟୁର ନୂଆ ଟିଜର ରିଲିଜ ହୋଇଛି । ପ୍ରଯୋଜନା ସଂସ୍ଥା ଟିଜରରେ କମଲ ହାସନଙ୍କ ଇଟ୍ରୋଂକୁ ସ୍ଥାନ ଦେଇଛନ୍ତି   । କିଛି ଦିନ ପୂର୍ବରୁ ଅନ୍ୟାନ୍ୟ ଭାଷାର ଟ୍ରେଲର ରିଲିଜ ହୋଇଥିବାବେଳେ ଏବେ ଆସଛି ନୂଆ ହିନ୍ଦୀ ଟିଜର । ଗରିବଙ୍କୁ ଦୁର୍ନୀତି ଖୋରଙ୍କଠୁ କିଭଳି ରକ୍ଷା କରୁଛନ୍ତି କମଲ ଏହାକୁ ନେଇ ଗତିଶୀଳ ହୋଇଛି ଚଳଚିତ୍ରର କାହାଣୀ । ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ସିର୍ଦ୍ଧାଥ, ରକୁଲପ୍ରୀତଙ୍କ ଅଭିନୟ ରହିଛି । ତାମିଲ ତେଲେଗୁ ଓ ହିନ୍ଦୀ ଭାଷାରେ ରିଲିଜ ହେବ ହିନ୍ଦୁସ୍ତାନୀ ଟୁ । ୯୦ ଦଶକରେ ରିଲିଜ ହୋଇଥିବା ହିନ୍ଦୁସ୍ତାନୀ ସିକ୍ୱେଲ ହେଉଛି ହିନ୍ଦୁସ୍ତାନୀ ଟୁ ।