ଦେଶରେ ଏଚ୍୩ଏନ୍୨ ଭାଇରସ ନେଲା ୨ ଜଣଙ୍କ ଜୀବନ: ଅନେକ ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଓଡ଼ିଶାର ସ୍ଥିତି ଅସ୍ପଷ୍ଟ

114

କନକ ବ୍ୟୁରୋ: ଚିନ୍ତା ବଢ଼ାଉଛି ଥଣ୍ଡା, ଜ୍ୱର ଓ କାଶ । । ବିଭିନ୍ନ ରାଜ୍ୟରେ ‘ଇନଫ୍ଲୁଏଞ୍ଜା-ଏ’ର ଉପ-ପ୍ରଜାତି ‘ଏଚ୍୩ଏନ୍୨’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ଏହା ଆହୁରି ଅଧିକ ସଂକ୍ରାମକ ହେବ ବୋଲି ଆଶଙ୍କା କରାଯାଉଛି । ଆଉ ଏସବୁ ଭିତରେ ଏହି ଭୂତାଣୁରେ ଦେଶରେ ୨ଜଣଙ୍କର ମୃତ୍ୟୁ ହେବା ଖବର ଭୟକୁ ଆହୁରି ବଢ଼ାଇ ଦେଇଛି ।

ଗତ ୨/୩ମାସ ହେବ ଓଡ଼ିଶାରେ ଥଣ୍ଡା, ଜ୍ୱରରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ନଜରକୁ ଆସିଛି । ହେଲେ ସରକାରୀ ସ୍ତରରେ ଇନଫ୍ଲୁଏଞ୍ଜା ଚିହ୍ନଟ ନେଇ ପରୀକ୍ଷା ହେଉ ନ ଥିବାରୁ ରାଜ୍ୟରେ ଏହାର ସ୍ଥିତି କ’ଣ ରହିଛି ତାହା ଅସ୍ପଷ୍ଟ ରହିଛି । ତେଣୁ ଓଡ଼ିଶାରେ ଇନଫ୍ଲୁଏଞ୍ଜାରେ କାହାର ମୃତ୍ୟୁ ହୋଇଛି କି ନାହିଁ ତାହା ଜଣାପଡ଼ିନାହିଁ । ଆଇସିଏମ୍ଆର ପକ୍ଷରୁ ଯେଉଁ ଗାଇଡଲାଇନ୍ ଜାରି କରାଯାଇଛି ତାହାର ଅନୁପାଳନ କରିବା ଲାଗି ରାଜ୍ୟ ସରକାର କହିଛନ୍ତି ।