ଖୁବ୍ ଶୀଘ୍ର ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ଖାଲି ପଡିଥିବା ଦୁଇ ନିର୍ବାଚନ କମିଶନର ପଦବୀ ପୁରଣ କଲେ ସରକାର

172

କନକ ବ୍ୟୁରୋ : ସୁଖବୀର ସିଂ ସାନ୍ଧୁ ଓ ଜ୍ଞାନେଶ କୁମାର ହେବେ ନୂଆ ଇଲେକ୍ସନ କମିଶନର । ଖାଲି ପଡିଥିବା ଦୁଇ ନିର୍ବାଚନ କମିଶନର ପଦବୀରେ ଏମାନଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାନ୍ଧୁ ଓ କୁମାରଙ୍କ ନାଁରେ ମୋହର ବାଜିଛି । ୨୧୨ଜଣଙ୍କ ନାଁ ପ୍ରସ୍ତାବ ଦିଆଯାଇଥିଲା । ତେବେ ନାଁ ଘୋଷଣା ପୂର୍ବରୁ ଲୋକସଭାର ବିରୋଧୀଦଳ ନେତା ଅଧିର ରଂଜନ ଚୌଧୁରୀ ଏମାନଙ୍କ ନାଁ ପ୍ରଘଟ କରିବା ଘଟଣା ଚର୍ଚ୍ଚାରେ ରହିଛି । ସୂଚନା ଅନୁସାରେ ଆଜିର ବୈଠକରେ ଅଧୀର ରଂଜନ ଚୌଧୁରୀ ଓ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ବୈଠକରେ ସରିବା ପରେ କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇନଥିଲା କିନ୍ତୁ ତା ପୂର୍ବରୁ ଅଧୀର ରଂଜନ ଚୌଧୁରୀ ନବନିଯୁକ୍ତି କମିଶନନଙ୍କ ନାଁ ପ୍ରଘଟ କରିଥିଲେ । ଯାହା ଚର୍ଚ୍ଚା ସାଉଁଟିଥିଲା । ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ହୋଇଥିବା ଚୟନ ପ୍ରକିୟା ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ ।