ଡେରା ପ୍ରମୁଖ ରାମ ରହିମଙ୍କ ଆବେଦନକୁ କୋର୍ଟଙ୍କ ମଞ୍ଜୁରୀ, ପାରୋଲରେ ଯିବେ ୪୦ ଦିନ

115

କନକ ବ୍ୟୁରୋ : ହରିଆଣାର ସୁନାରିଆ ଜେଲରେ କାରାଦଣ୍ଡ କାଟୁଥିବା ଡେରା ସୌଦା ପ୍ରମୁଖ ରାମ ରହିମ ସିଂଙ୍କ ୪୦ ଦିନିଆ ପରୋଲ ଆବେଦନକୁ କୋର୍ଟ ସ୍ୱିକାର କରିଛନ୍ତି । ଏକ ସୂତ୍ର ସୂଚନା ମୁତାବକ ଏନେଇ ସୂଚନା ମିଳିଛି । କୁହାଯାଉଛି କି, ଆଦମପୁର ବିଧାନସଭା ଉପ ନିର୍ବାଚନର ଠିକ୍ ପୂର୍ବରୁ ତାଙ୍କୁ ଜାମିନ ମିଳିବା ରାଜନୈତିକ ଅଭିସନ୍ଧୀ । ଆଦମପୁରରେ ନଭେମ୍ବର ୩ ତାରିଖରେ ଉପ ନିର୍ବାଚନ ହେବାକୁ ଅଛି । ସେପଟେ ଡେରା ପ୍ରମୁଖଙ୍କୁ ଜୁନ ମାସରେ ପାରୋଲରେ ପଠାଇ ଦିଆଯାଇଥିଲଶ ଓ ଏହାପରେ ତାଙ୍କ ପରୋଲକୁ ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା  ।

ଗୁରମିତ ରାମ ରହିମଙ୍କୁ ସିର୍ସା ସ୍ଥିତ ତାଙ୍କ ଆଶ୍ରମରେ ଜଣେ ମହିଳା କର୍ମୀଙ୍କୁ ବଳାକ୍ରାର ମାମଲାରେ ଦୋଷୀ ସାବ୍ୟସ୍ତ କରି କୋର୍ଟ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ୨୦୧୭ ଅଗଷ୍ଟ ମାସରେ ପଞ୍ଚକୁଲାରେ ଥିବା ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ।

କେବଳ ସେତିକି ନୁହେଁ ଡେରାର ପ୍ରବନ୍ଧକ ରଞ୍ଜିତ ସିଂଙ୍କୁ ହତ୍ୟା ଷଡଯନ୍ତ୍ର କରିଥିବା ଅଭିଯୋଗରେ ୨୦୦୨ ମସିହାରେ ଅନ୍ୟ ୩ ଜଣଙ୍କ ସହ ରାମ ରହିମଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲା । ଏହି ଦୋଷରେ ତାଙ୍କୁ କୋର୍ଟ ପୁଣି ୧୬ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା ।