ଫୁଲର ଜାଗା ନେଇଛି ଚିପ୍ସ: ଫୁଲ ବଦଳରେ ଲେଜ୍ ଓ କୁରକୁରେ ପ୍ୟାକେଟରେ ସଜେଇ ହୋଇଛି ବରଗାଡି 

1,085

କନକ ବ୍ୟୁରୋ: ଆପଣମାନେ ସମସ୍ତେ ବର ଶୋଭାଯାତ୍ରା ଦେଖିଛନ୍ତି । ବର ବସିଥିବା ଗାଡି ଫୁଲରେ ସଜା ହୋଇଥିବା ଦେଖିଛନ୍ତି । ଫୁଲରେ ସଜେଇ ହୋଇଥିବା ଗାଡିରେ ବସି ବର ଆସିଥାଏ କନିଆ ଘର । ହେଲେ କେବେ ଭାବିଛନ୍ତି ବର ଗାଡି ସଜା ହୋଇଥିବ ଚିପସ୍ରେ । ଫୁଲର ଜାଗା ନେଇଥିବ ଲେଜ୍ ଓ କୁରକୁରେ । ସବୁଜ ଓ ଲାଲ ରଙ୍ଗର ଲେଜ୍ ଓ କୁରକୁରେ ପ୍ୟାକେଟ୍ରେ ବରଗାଡି ସଜା ହୋଇଛି । ଢେଙ୍କାନାଳ ସହର ଦୋଳମଣ୍ଡପ ସାହିରେ ଏକ ବିବାହ ଶୋଭାଯାତ୍ରା ବେଳେ ଏଭଳି ବର ଗାଡି ଦେଖିବାକୁ ମିଳିଛି । ଚିପ୍ସରେ ସଜେଇ ବରଗାଡିକୁ ନେଇ ସାରା ସହରରେ ଚର୍ଚ୍ଚା ହେଉଛି ।