କଏଦୀଙ୍କ ଗୋଡରେ ଲାଗିବ ଜିପିଏସ୍: ଜାମିନରେ ଯାଇ ଅପରାଧ କଲେ ପଡିବେ ଧରା

182

କନକ ବ୍ୟୁରୋ: ଅନେକ ସମୟରେ ଅପରାଧୀମାନେ ଜାମିନରେ ବାହାରକୁ ଯିବା ପରେ ପୁଣି ଥରେ ସମାନ ଧରଣର ଅପରାଧ ଘଟାଇଥାନ୍ତି । ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥାନ୍ତି । ଆଉ ସେମାନଙ୍କୁ ଧରିବା ପାଇଁ ରାଜକୋଷରୁ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଏହାକୁ ରୋକିବା ପାଇଁ କଏଦୀଙ୍କ ଗୋଡରେ ଜିପିଏସ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି, ଜେଲ୍ ଡିଜି ମନୋଜ ଛାବ୍ରା । ସଂସଦୀୟ ବ୍ୟାପାର କମିଟିକ୍ରୁ ସେ ଏହି ପ୍ରସ୍ତାବ ଦେଇଛନ୍ତି ।

ଏପରି ପ୍ରସ୍ତାବକୁ କମିଟିର ସଦସ୍ୟ ପ୍ରଶଂସା କରିଛନ୍ତି । ଓଡ଼ିଶାରୁ ଏହି ପ୍ରୋଜେକ୍ଟ ଆରମ୍ଭ କରିବାକୁ ସଂସଦୀୟ ବ୍ୟାପାର କମିଟି ପରାମର୍ଶ ଦେଇଛି । କଏଦୀଙ୍କ ସହମିତିରେ ଜିପିଏସ୍ ଲାଗିବ ବୋଲି ଜେଲ ଡିଜି କହିଛନ୍ତି । ତେବେ କଏଦୀଙ୍କ ଗୋଡରେ ଜିପିଏସ ଲଗାଇଲେ କଣ ସୁବିଧା ହେବ..

– ଜିପିଏସ୍ ଲାଗିଲେ ଅପରାଧୀ କେଉଁ ଅଂଚଳରେ ଅପରାଧ ଘଟାଉଛି ଜାଣିହେବ
– ସେହି ଜିପିଏସ୍ର ପରିଧି କିଛି ବର୍ଗ କିଲୋମିଟର ରହିବ
– ଅପରାଧୀ ଜିପିଏସ୍କୁ ନଷ୍ଟ କିମ୍ବା ଟାମ୍ପରିଂ କଲେ ଏକ ଆଲାର୍ମ ପୋଲିସ ପାଖକୁ ଯିବ
– ସାକ୍ଷୀକୁ ଧମକାଇବା ବା ପ୍ରଭାବିତ କଲେ ମଧ୍ୟ ଜଣାପଡ଼ିଯିବ
– ଏହାକୁ ବ୍ୟବହାର କରି ବିଚାରାଧୀନ କଏଦୀ ଉପରେ ନଜର ରଖିହେବ
– ଏବେ ଜିପିଏସ୍ ଭୟରେ ଅପରାଧ କରିବାକୁ ଭୟ କରିବେ ଅପରାଧୀ
– ଏହି ମେସିନ୍ ବାବଦକୁ ଖର୍ଚ୍ଚ ୧୦ରୁ ୧୫ ହଜାର କଏଦୀ ନିଜେ ବହନ କରିବେ

ଚୋରି ଲୁଟ୍, ଡକାୟତି ଭଳି ଘଟଣାରେ ଏକାଧିକ ଥର ଜେଲ ଯାଇ ସେଠାରେ, ଭଡ କରୁଥିବା ଅପରାଧୀଙ୍କ ପାଇଁ ଆମେରିକା, ଲଣ୍ଡନ ପରି ୩୦ରୁ ୪୦ଟି ଦେଶରେ ଖର୍ଚ୍ଚ କାଟ କାଇଁ ଏପରି ବ୍ୟବସ୍ଥା ରହିଛି । ସହଜରେ ଅପରାଧୀଙ୍କୁ ଧରିବା ପାଇଁ ସେମାନଙ୍କ ଗୋଡରେ ଜିପିଏସ ଲଗାଯାଉଛି ।