ସରକାରୀ କର୍ମଚାରୀ ପିନ୍ଧିଲେ ସମ୍ବଲପୁରୀ ବସ୍ତ୍ର: ସମ୍ବଲପୁରୀ ଓ ବାନ୍ଧକଳାର ପ୍ରୋତ୍ସାହନ ପାଇଁ ବରଗଡ ଜିଲ୍ଳାପାଳଙ୍କ ଅନୁରୋଧ

109

କନକ ବ୍ୟୁରୋ: ସମ୍ବଲପୁରୀ ଓ ବାନ୍ଧକଳାର ପ୍ରୋତ୍ସାହନ ପାଇଁ ବରଗଡର ସମସ୍ତ ସରକାରୀ କର୍ମଚାରୀ ସମ୍ବଲପୁରୀ ବସ୍ତ୍ର ପିନ୍ଧି ଆସିଛନ୍ତି । ଏଣିକି ପ୍ରତି ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ ସୋମବାର ଦିନ ସମସ୍ତ ସରକାରୀ କର୍ମଚାରୀ ମାନେ ସମ୍ବଲପୁରୀ ବସ୍ତ୍ର ପିନ୍ଧି କାର୍ଯ୍ୟାଳୟକୁ ଆସିବେ । ଏନେଇ ଜିଲ୍ଲାପାଳ ମୋନିଷା ବାନାର୍ଜୀ ସମସ୍ତ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ । ତେବେ କର୍ମଚାରୀ ମାନେ ମଧ୍ୟ ଏହି ସମ୍ବଲପୁରୀ ବସ୍ତ୍ର ପିନ୍ଧି ବେଶ ଉତ୍ସାହିତ ଅଛନ୍ତି ।