ଜୟପୁରର ଜାନକୀ ମା’: ୬୦ ବର୍ଷ ବୟସରେ ସମାଜ ସେବା ସହ ସାଜିଛନ୍ତି ଯୋଗ ଗୁରୁ

46

କନକ ବ୍ୟୁରୋ: ଜୟପୁରର ଜାନକୀ ମା’ । ଯେଉଁ ବୟସରେ ପରିବାରରେ ସେବା ପାଇ ସୁଖରେ ରହିବା କଥା ସେହି ସମୟରେ ଲାଗିଛନ୍ତି ସମାଜ ସେବାରେ । ଖାଲି ସେିତିକି ନୁହେଁ ମହିଳା ମାନେ କିଭଳି ରୋଗମୁକ୍ତ ରହିବେ ସେ ନେଇ ପ୍ରତିଦିନ ଯୋଗ ଶିକ୍ଷା ଦେଉଛନ୍ତି ଜୟପୁରର ଜାନକୀ ପାଣିଗ୍ରାହୀ । ତାଙ୍କର ସେବା ମନୋବୃତି ଯୋଗୁ ସାରା ଅଂଚଳରେ ସିଏ ଜାନକୀ ମାଆ ଭାବେ ପରିଚିତ ହୋଇପାରିଛନ୍ତି ।

ଜଣେ ନିଆରା ସମାଜସେବୀ । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ପ୍ରଥମ ଯୋଗ ଶିଖାଉଥିବା ମହିଳା । ବୟସ ୬୦ ଛୁଇଁଲାଣି । ଯେଉଁ ବୟସରେ ପୁଅ ବୋହୂଙ୍କ ସେବା ପାଇବା କଥା ସେହି ବୟସରେ ଲାଗିଛନ୍ତି ସମାଜ ସେବାରେ । ମହିଳାମାନେ ସମାଜରେ କିଭଳି ସୁସ୍ଥ ଓ ନିରୋଗ ରହିବେ ସେ ନେଇ ବେଶ ତତ୍ପର ହୋଇପଡ଼ିଛନ୍ତି କୋରାପୁଟର ଜାନକୀ ପାଣିଗ୍ରାହୀ । ଦୀର୍ଘ ୨୨ ବର୍ଷ ହେଲା ଶିଖାଉଛନ୍ତି ଯୋଗ । ସାରା ଅଂଚଳରେ ସେ ଜାନକୀ ମା’ଭାବେ ବେଶ ପରିଚିତ । ସକାଳ ୁ ସାକଳୁ ସବୁ କାମ ସାରି ପହଂଚିଯାନ୍ତି ଗୀତା ଭବନରେ । ଯେଉଁଠି ବିଭିନ୍ନ କୋଣରୁ ଆସିଥିବା ମହିଳାଙ୍କୁ ମାଗଣାରେ ଯୋଗ ଶିକ୍ଷା ଦିଅନ୍ତି ।

ଯୋଗ ହିଁ ଜାନକୀଙ୍କୁ ଦେଇଛି ନୂଆ ଜୀବନ । ଯୋଗ ଯୋଗୁ ତାଙ୍କୁ ମିଳିଛି ନୂଆ ଜୀବନ । ଯେଉଁଠି ମେଡିସିନ୍ ବି ହାର ମାନିଥିଲା ସେଠାରେ ଯୋଗ ପାଇଁ ଆରୋଗ୍ୟ ହୋଇଛନ୍ତି ଜାନକୀ । ଆଉ ସେବେଠାରୁ ନିଜେ ଫିଟ୍ ରହିବା ସହିତ ଅନ୍ୟ ମହିଳା ମାନଙ୍କୁ ଦେଉଛନ୍ତି ସୁସ୍ଥତାର ମନ୍ତ୍ର । ପରିବାରର ସମସ୍ତ ସୁଖ ଛାଡି ସମାଜ ସେବା ସହ ମହିଳାଙ୍କ ସୁସ୍ଥ ଜୀବନ କାମନା କରନ୍ତି ଜୟପୁରର ଜାନକୀ ।