ସାରା ଓଡ଼ିଶାରେ କଫ ସିରପର ନିଶା: କୋଲକାତାରୁ ବଲାଙ୍ଗୀର ଆଉ ଭାୟା କଟକ ଦେଇ ଲମ୍ବିଛି ନିଶା କାରବାର

159

କନକ ବ୍ୟୁରୋ: ସାରା ଓଡ଼ିଶାରେ କଫ ସିରପର ନିଶା । କୋଲକାତାରୁ ବଲାଙ୍ଗୀର ଆଉ ଭାୟା କଟକ ଦେଇ ଲମ୍ବିଛି ନିଶା କାରବାର । ବଢୁଛି ଅପରାଧ ଓ ବଢିଚାଲିଛି ଅପରାଧୀ ନିଶା ଖୋରଙ୍କ ଦୌରାତ୍ମ୍ୟ । କୋଲକତାର ଏକ କମ୍ପାନୀ ଏହି କଫ ସିରପ ପ୍ରଥମ କଟକ ପଠାଉଥିଲା । ତାପରେ କଟକରୁ ବଲାଙ୍ଗୀର ସହ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସପ୍ଲାଏ ହେଉଥିଲା ଏହି ସିରପ । ତାପରେ ଛୋଟ ଛୋଟ ଡିଲରଙ୍କ ଦ୍ୱାରା ବିଭିନ୍ନ ମାର୍କେଟରେ ପହଂଚିଯାଉଥିଲା । ତେବେ ଏହି ନିଶାଖୋରଙ୍କ ବିରୋଧରେ ଏବେ ତେଜିଛି ପୁଲିସ । ବଲାଙ୍ଗୀର ଏସପିଙ୍କ ଦ୍ୱାରା ଏକ ଟିମ୍ ଗଠନ କରାଯାଇ ଅନ୍ତରାଜ୍ୟ ରାକେଟକୁ ଠାବ କରିବା ସହ ମୁଖ୍ୟ କିଙ୍ଗପିନକୁ ଗିରଫ କରାଯାଇଛି । ୪୦ଲକ୍ଷରୁ ଅଧିକ ଟଙ୍କାର କଫ ସିରପ ଜବତ କରିଛି ପୋଲିସ । ତାସହିତ ଏହାର ଲିଙ୍କରେ ଥିବା କୋଲକାତା ଡ୍ରଗ୍ସ କମ୍ପାନୀର ଆକାଉଂଟରେ ଥିବା ୨ କୋଟି ଟଙ୍କା ଫ୍ରିଜ୍ କରାଯାଇଛି । ବଲାଙ୍ଗୀର ସହ କଟକ, ବରଗଡ ଓ ଝାନ୍ସୀରୁ ୩୭ ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତ ଜୋରଦାର କରାଯାଇଥିବା ବେଳେ ଆଗକୁ ଆହୁରି ଗିରଫଦାରୀ ବଢିବ ବୋଲି କୁହାଯାଇଛି ।