ଟିକସ ଠକେଇ ପାଇଁ ମୁମ୍ବାଇରୁ ଭୁବନେଶ୍ୱର ଜାଲ ବିଛାଇଛନ୍ତି ସୁନା ବେପାରୀ । ଜିଏସଟି ଫାଙ୍କିବା ପାଇଁ ଚୋରାରେ ଆଣୁଥିଲେ ସୁନା

111

କନକ ବ୍ୟୁରୋ: ଭୁବନେଶ୍ୱର ରେଳ ଷ୍ଟେସନରୁ ୩୨କେଜି ସୁନା ଗହଣା ଜବତ ମାମଲାର ତଦନ୍ତ ଏବେ ଜିଏସଟି ବିଭାଗ କରୁଛି । ମଙ୍ଗଳବାର ରାତିରେ ଜିଆରପି ପୁଲିସ ୪ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରୁ ସୁନା ଅଳଙ୍କାର ଭର୍ତ୍ତି ୪ଟି ସୁଟକେସ୍ ଜବତ କରିଥିଲା । ତେବେ ଜିଏସଟି ଫାଙ୍କିବା ପାଇଁ ମୁମ୍ବାଇରୁ ଭୁବନେଶ୍ୱରକୁ ଏହି ସୁନା ଗହଣା ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଜିଏସଟି ବିଭାଗ ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ମାମଲାର ଛାନଭିନ୍ କରୁଛି । ଜିଆରପି ପୁଲିସର କହିବା ଅନୁସାରେ, ୪ ସନ୍ଦିଗ୍ଧଙ୍କ ପରିଚୟ ମିଳଛି । ସେମାନେ ହେଉଛନ୍ତି ମୁମ୍ବବ ଜାଭେରି ବଜାରର ଜଣେ ସୁନାଦୋକାନର କର୍ମଚାରୀ । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଭୁବନେଶ୍ୱରରେ ଆସି ହଲମାର୍କିଂ କରି ୫ରୁ ୬ଟି ଦୋକାନକୁ ଏହି ସୁନା ବିକ୍ରି କରିଥାନ୍ତେ । ଏହାଦ୍ୱାରା ସେମାନେ ୪୮ ଲକ୍ଷରୁ ଅଧିକ ଟଙ୍କା ଟିକସ ବାବଦକୁ ଠକିଥାନ୍ତେ । ଏବେ ଏହି ସୁନାଦେକାନୀ ୯୬ ଲକ୍ଷରୁ ଅଧିକ ଟଙ୍କା ଫାଇନ ଦେବ ବୋଲି ଜିଏସଟି ପକ୍ଷରୁ ସୂଚନା ଦିଆଯାଇଛି ।