ନାତୁଣୀ ବିସ୍କୁଟରେ ମିଶାଇଲା ଜେଜେ ବାପାଙ୍କ ଅସ୍ଥି, ଖୁଆଇଲା ସାଙ୍ଗମାନଙ୍କୁ ! ଆଉ ତା ପରେ…

32
ଆମେରିକାର କାଲିଫର୍ଣ୍ଣିୟାରେ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଉତ୍ତର କୋଲିଫର୍ଣ୍ଣିୟାରେ ଜଣେ ନାବାଳିକା ବିସ୍କୁଟରରେ ନିଜ ଜେଜେବାପାଙ୍କ ଅସ୍ଥିକୁ ମିଶାଇ ସ୍କୁଲରେ ସାଙ୍ଗମାନଙ୍କୁ ଖାଇବା ଦେଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍କୁଲ ଛାତ୍ରଛାତ୍ରୀମାନେ ସ୍ତବ୍ଧ ହୋଇ ଯାଇଥିବା ସହିତ ଏହି ମାମଲା ପୁଲିସ ପର‌୍ୟ୍ୟନ୍ତ ପହଞ୍ଚି ଯାଇଥିଲା । ପୁଲିସ ନିକଟରେ ଏହି ଖବର ପହଞ୍ଚିବା ପରେ ଯାଞ୍ଚ ଆରମ୍ଭ କରି ଦିଆଯାଇଛି କି କେଉଁ ଉଦ୍ଦେଶ୍ୟ ରଖି ଛାତ୍ରୀ ଜଣକ ଏଭଳି କାମ କରିଥିଲା।
ସୂଚନାଯୋଗ୍ୟ, ଆମେରିକା ଉତ୍ତର କାଲିଫର୍ଣ୍ଣୟାରେ ଦ ଓ୍ଵାସି ଚାର୍ଟର ଏକାଡେମି ସ୍କୁଲରେ ପାଠପଢ଼ୁଥିବା ଜଣେ ଛାତ୍ରୀ ନିଜ ଜେଜେବାପାଙ୍କ ଅସ୍ଥିକୁ ବିସ୍କୁଟରେ ମିଶାଇ ତାର ସାଙ୍ଗମାନଙ୍କୁ ଖାଇବାକୁ ଦେଇଥିଲା। ପ୍ରଥମେ ଛାତ୍ରୀ ଜଣକ ସ୍କୁଲର ଅନ୍ୟ ଜଣେ ଛାତ୍ରୀଙ୍କୁ ଏହି ବିସ୍କୁଟ ଖାଇବାକୁ ଦେଇଥିଲେ । ଛାତ୍ରୀ ଜଣକ ବିସ୍କୁଟ ଖାଇବା ପରେ ସେଥିରେ ଡ୍ରଗ୍ସ ମିସିଥିବା କଥା ପଚାରିଥିଲେ କିନ୍ତୁ ବିସ୍କୁଟ ତିଆରି କରିଥିବା ଝିଅଟି ତାଙ୍କ ସାଙ୍ଗଙ୍କୁ ଡ୍ରକ୍ସ ମିଶିନାହିଁ ବୋଲି କହିଥିଲେ । ଏବଂ ସେ ଏହାମଧ୍ୟ କହିଥିଲେ କି ଏହି ବିସ୍କୁଟରେ ମୁଁ ମୋ ଜେଜେ ବାପାଙ୍କ ଅସ୍ଥିର ପାଉଁସ ମିଶାଇ ଦେଇଛି । ଏହି କଥା ଶୁଣି ଛାତ୍ରୀ ଜଣକ ଆଶ୍ଚର୍ଯ୍ୟ ଚକ୍କିତ ହୋଇଯାଇଥିଲେ । ଠିକ ସେହିଭଳି ଛାତ୍ରୀ ଜଣକ ଅନ୍ୟ ସାଙ୍ଗମାନଙ୍କୁ ମଧ୍ୟ ଏହି ବିସ୍କୁଟ ଖାଇବାକୁ ଦେଇଥିଲେ ଏବଂ ସେଥିରେ ଅସ୍ଥି ମିଶିଥିବା କଥା ମଧ୍ୟ କହିଥିଲେ ହେଲେ ଅନ୍ୟ ସାଙ୍ଗମାନେ ଛାତ୍ରୀଙ୍କ କଥାକୁ ମଜାକ ଭାବି ବିସ୍କୁଟକୁ ଖାଇଦେଇଥିଲେ । ତେବେ ଘଟଣାଟି ସାମ୍ନାକୁ ଆସିବା ପରେ ଏବେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।