କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋ ସମ୍ପର୍କରେ ଆସିଲା ନୂଆ ତଥ୍ୟ । ଗ୍ୟାଙ୍ଗଷ୍ଟର ଚଢ଼ୁଥିଲା ଅଡ଼ି କାର । ଟିଟୋ ପାଖରୁ ୫୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ବିଳାସପୂର୍ଣ୍ଣ ଅଡ଼ି କାର ଜବତ କରିଛି ଏସଟିଏଫ୍ । ସେହିପରି ଟିଟୋ ଜାଗୁଆର ଚଢ଼ୁଥିବା ନେଇ ଏସଟିଏଫ୍ ଖୋଳତାଡ଼ ଜାରି ରଖିଛି । ସୂଚନା ମୁତାବକ ଟିଟୋ ନାଁରେ କୋଲକାତାରେ ରହିଛି ଜମି । ଟିଟୋର ରିମାଣ୍ଡ ଅବଧି ଆଜି ସରୁଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ଏସଟିଏଫ ।
Kanak News is now on WhatsApp
Join and get latest news updates delivered to you via WhatsApp
ଓଡିଶାର ଅପରାଧ ଇତିହାସରେ ଗୋଟିଏ ପରେ ଗୋଟିଏ କ୍ରାଇମ କରି ପୁଲିସ ଆଖିରେ ଧୁଳି ଦେଇ ଖସି ଯାଉଥିବା ଏହି ଗ୍ୟାଙ୍ଗଷ୍ଟର ଠାରୁ ପୁଲିସ ବହୁତ କିଛି ତଥ୍ୟ ପାଇବ ବୋଲି ଆଶା ରଖିଛି । କିନ୍ତୁ କଥା ଆଦାୟ ପାଇଁ ପୁଲିସର ଉଦ୍ୟମ ଫସର ଫାଟି ଯାଉଛି ବୋଲି ଶୁଣିବାକୁ ମିଳିଛି । କାରଣ କୌଣସି ପ୍ରଶ୍ନର ସିଧା ଉତର ରଖୁ ନାହିଁ ଟିଟୋ । ପୁଲିସ ଟିଟୋକୁ ପଚାରିଥିଲା –
ପ୍ରଶ୍ନ ୧- କେଉଁ ମାନଙ୍କ ସହାୟତାରେ କିମ୍ବା ତୁମର କେଉଁ ସହଯୋଗୀ ମାନେ ତୁମ ବ୍ୟବସାୟ କିମ୍ବା ବିଭିନ୍ନ କାର୍ଯ୍ୟକଳାପରେ ସହାୟତା କରି ଆସୁଛନ୍ତି ?
ପ୍ରଶ୍ନ ୨- ଓଡିଶା କିମ୍ବା ବାହାରେ ତୁମର କଣ ସମ୍ପତି ରହିଛି ? ନଗଦ କାରବାର କେମିତି କରୁଛ ? ସେ ବିଷୟରେ ସବୁ କଥା କୁହ ।
ପ୍ରଶ୍ନ ୩- ତୁମ ବିରୋଧରେ ଯେଉଁ ଅପରାଧ ଅଭିଯୋଗ ରହିଛି- ସେ ବିଷୟରେ କଣ କହିବ ?
ପ୍ରଶ୍ନ ୪ – ଏତେ ଶିଘ୍ର କୋଟି କୋଟି ଟଙ୍କାର ସମ୍ପତି କେମିତି ଅର୍ଜନ କଲ ?
ପୁଲିସ ସୁତ୍ରରୁ ମିଳିଥିବା ଖବର ଅନୁସାରେ ଟିଟୋର କାର୍ଯ୍ୟାବଳି ଜାଣିବା ପାଇଁ ଗୁଡାଇ ତୁଡାଇ ପ୍ରଶ୍ନ କରୁଥାଏ ଏସଟିଏଫ୍ । କିନ୍ତୁ ଅପରାଧ ଜଗତର ସବୁଠାରୁ ଚାଲାକ ବ୍ୟକ୍ତି କୁହାଯାଉଥିବା ଟିଟୋ ଅତି ନିରିହ ଭାବେ ସବୁ ପ୍ରଶ୍ନକୁ ଏଡାଇ ଚାଲିଥାଏ । ଏବଂ କହୁଥାଏ ସେ କିଛି ଜାଣିନି ।
ଏସବୁ ଭିତରେ ଟିଟୋର ବିଳାଶପୂର୍ଣ୍ଣ ଲାଇଫ ଷ୍ଟାଇଲ କଥା ମଧ୍ୟ ସାମ୍ନାକୁ ଆସିଛି । ଏସଟିଏଫ୍ ଟିଟୋର ୫୦ ଲକ୍ଷ ଟଙ୍କାର ଏକ ଅଡି କାର୍ ଜବତ କରିଛି । ଏଥିସହ ଟିଟୋର ଆହୁରି ବିଲାଶପୁର୍ଣ୍ଣ ସାମଗ୍ରୀ ଉପରେ ଏସଟିଏଫର ନଜର ପଡିଛି । କେନ୍ଦ୍ରାପଡାରେ ଟିଟୋ ଏକ ମଠ କରି ସରଳ ଜୀବନ ବିତାଉଛି ବୋଲି ଯଦି କିଏ ଭାବୁଥାଏ ତେବେ ସେ ଭୁଲ ଭାବୁଛି । ଇତି ମଧ୍ୟରେ ସ୍ପେଶାଲ ଟାସ୍କ ଫୋର୍ସ ଟିଟୋର ବିଳାଶପୁର୍ଣ୍ଣ ଅଡି କାର ଜବତ କରିଛି । କେବଳ ଏହି ଅଡି କାର ନୁହେଁ ଏହି ଗ୍ୟାଙ୍ଗଷ୍ଟରର ଆଉ ଏକ ଅତି ବିଳାଶପୂର୍ଣ୍ଣ ଜାଗୁଆର କାର୍ ରହିଛି ବୋଲି ଜଣା ପଡିଛି । ସେପଟେ କୋଲକାତାରେ ଟିଟୋର ଦେଢ କୋଟି ଟଙ୍କାର ଜମିର ସନ୍ଧାନ ପାଇଛି ଏସଟିଏଫ୍ । ଏଥିରୁ ତାର ରାଜ୍ୟ ବାହାରେ ଅପରେସନ ନେଇ ମଧ୍ୟ ପୁଲିସ ଅନୁମାନ କରୁଛି ।