ଡିଏନ୍ ଆଇଟି ରେଡ୍ : ଇଡି କରିବ ତଦନ୍ତ ! କିଏ, କେଉଁ ଉଦ୍ଦେଶ୍ୟରେ ରଖିଥିଲା, ହୋଇପାରୁନି ସ୍ପଷ୍ଟ

121

କନକ ବ୍ୟୁରୋ : ଡିଏନ୍ ଗ୍ରୁପ୍ ଟିକସ ଫାଙ୍କି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ କରିପାରେ ଚଢ଼ାଉ । ଆୟକର ବିଭାଗ ଦ୍ୱାରା ଜବତ କରାଯାଇଥିବା କୋଟି କୋଟି ଟଙ୍କା କେଉଁଠୁ ଆସିଲା, ସେସବୁର ତଦନ୍ତ ଇଡି କରିବ ବୋଲି ସୂଚନା ମିଳିଛି । ବର୍ତମାନ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ତିନି ଦିନ ଧରି ଚାଲିଥିବା ଚଢ଼ାଉରୁ ଏପର୍ଯ୍ୟନ୍ତ ୩୦ କୋଟି ଟଙ୍କା ଜବତ କରାଯାଇଛି ।

ସେପଟେ ଚଢ଼ାଉର ତୃତୀୟ ଦିନରେ ଏକାଧିକ ଲୋକଙ୍କୁ ଜେରା କରାଯାଇଛି । ସେହିପରି ଟିକସ ଫାଙ୍କିବା ଅଭିଯୋଗରେ ଆକାଉଣ୍ଟଟାଣ୍ଟକୁ ଚାଲିଛି ପଚରାଉଚରା । ଗୁରୁବାର ଚଢ଼ାଉ ବେଳେ ଜାଗମରାରୁ ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ଟଙ୍କା ଭର୍ତି ଦୁଇଟି ଟ୍ରଲି ବ୍ୟାଗ୍ ଆୟକର ବିଭାଗର ଅଧିକାରୀଙ୍କ ଦ୍ୱାରା ଜବତ ହୋଇଥିଲା । ସଂପୃକ୍ତ ଅଧିକାରୀଙ୍କୁ ହେପାଜତକୁ ନେଇ ଆୟକର ବିଭାଗ ପଚରାଉଚରା ଜାରି ରଖିଛି ।