ଆଜିିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଦ୍ୱାପର ଯୁଗକୁ ଫେରିଯିବ ବରଗଡ ସହର : ମୁକ୍ତକାଶ ରଂଗମଂଚରେ ଅଭିନୀତ ହେବ କୃଷ୍ଣଲୀଳା ଓ କଂସ ବଧ

111

କନକ ବ୍ୟୁରୋ : ଆଜିଠୁ ମଥୁରାରେ ଚାଲିବ କଂସ ରାଜୁତି । ମହାରାଜ କଂସଙ୍କ ହସରେ କମ୍ପିବ ମଥୁରା ସମେତ ପୂରା ବରଗଡ । ଆଉ କଂସ ଦରବାରରେ ଚାଲିବ ମହାନାଟକ । କାରଣ ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ୧୧ ଦିନ ଧରି ବରଗଡରେ ଚାଲିବ ମୁକ୍ତାକାଶ ରଙ୍ଗମଞ୍ଚ ।

ସେପଟେ ଧନୁଯାତ୍ରା ପାଇଁ ଗୋପପୁରରେ ରୁପାନ୍ତିତ ହୋଉଛି ଅମ୍ବାପାଲି । ଧନୁଯାତ୍ରା ପାଇଁ ସଜେଇ ହୋଇଛି ପୁରା ଗାଁ ଓ ଗଳିକନ୍ଦି । ଧନୁଯାତ୍ରାରେ ସମସ୍ତଙ୍କ ଘରକୁ କୁଣିଆ ଆସିବେ ବୋଲି ଲିପା ପୋଛା କରି ଘରକୁ ସୁନ୍ଦର କରି ରଖିଛନ୍ତି ଅମ୍ବାପାଲିବାସୀ । ସେପଟେ ଅମ୍ବାପାଲି ଗାଁ ଗୋପପୁର ହେଉଥିବାରୁ ପୂରା ଗାଁର କାନ୍ଥବାଡକୁ ଚିତ୍ରକଳାରେ ସଜେଇ ଦିଆଯାଇଛି ।

କାନ୍ଥ ଗୁଡ଼ିକରେ କୃଷ୍ଣ-ବଳରାମଙ୍କ ବାଲ୍ୟଲୀଳାର ଚିତ୍ର ବି ଚିତ୍ରାଙ୍କନ କରାଯାଇଛି । କେଉଁଠି କାଳୀୟ ଦଳନର ଚିତ୍ର, ତ ଆଉ କେଉଁଠି ଗୋରୁ ଚରାଇବାର ଦୃଶ୍ୟଦେଖିବାକୁ ମିଳୁଛି । ତେବେ ଏକପ୍ରକାର କହିବାକୁ ଗଲେ ବିଶ୍ୱ ପ୍ରସିନ୍ଧ ଧନୁଯାତ୍ରା ପାଇଁ ପ୍ରସ୍ତୁତ ହୋଇ ସାରିଛି ବରଗଡ଼ ଜିଲ୍ଲାର ଅମ୍ବାପାଲି ଗାଁ ।