ସାରା ରାଜ୍ୟରେ ଶୀତ ଲହରୀ ଜାରି ! ଆସନ୍ତାକାଲି କେତେକ ସ୍ଥାନରେ ହୋଇପାରେ ବର୍ଷା

275

କନକ ବ୍ୟୁରୋ : ସାରା ରାଜ୍ୟରେ ପ୍ରବଳ ଶୀତ ହେଉଛି। ଆଜି ବି ୫ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ଅନୁଗୁଳ, କେନ୍ଦୁଝର, ଦେବଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅପରପକ୍ଷେ ନୂଆବର୍ଷ ଦିନ ଥଣ୍ଡା ଟିକେ କମିବାକୁ ଥିଲେ ହେଁ ୧ତାରିଖରୁ କେତେକ ସ୍ଥାନରେ ହାଲୁକା ବର୍ଷା ହେବ। ହେଲେ ୨ତାରିଖରୁ ରାଜ୍ୟର କେତେକ ସ୍ଥାନରେ କୁଆପଥର ବର୍ଷା ହେବ।

ଏଥିପାଇଁ ୮ଜିଲ୍ଲା ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଖୋର୍ଦ୍ଧା, ସୋନପୁର, ମୟୂରଭଞ୍ଜ, ଭଦ୍ରକ, ବୌଦ୍ଧରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେତେକ ସ୍ଥାନରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ୩ ଓ ୪ତାରିଖରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ, ଗଜପତି ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହ କୁଆପଥର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।