ଦିଲ୍ଲୀରୁ ଆସି ସ୍ୱାସ୍ଥ୍ୟବସ୍ଥା ବୁଝିଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। କୃତଜ୍ଞତା ଜଣାଇ ପାଦତଳେ ପଡିଗଲେ ରାହୁଲଙ୍କ ମାଆ। 

130

କନକ ବ୍ୟୁରୋ: ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାହୁଲକୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ରାହୁଲ ସହ କଥା ମଧ୍ୟ ହେଉଛନ୍ତି । ତାର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ କେଉଁଠି ଯନ୍ତ୍ରଣା ଅନୁଭବ କରୁଛି, କେଉଁଠି ଦରଜ ଅଛି ପଚାରି ବୁଝୁଛନ୍ତି । ହସ୍ପିଟାଲ ବେଡରେ ଶୋଇଥିବା ରାହୁଲ ବି ଉତ୍ତର ଦେଉଛି ।

ରାହୁଲ ହୁଏତ ଜାଣି ନଥିବା ସେ କାହା ସହ କଥା ହେଉଛି, ତାକୁ କିଏ ଭେଟିବାକୁ ଆସିଛନ୍ତି, କିନ୍ତୁ ପାଖରେ ଛିଡା ହୋଇଥିବା ମା ବୁଝିଛି । ପୁଅ ରାହୁଲ ବୋରୱେଲ ଭି୍ତରୁ ସୁରକ୍ଷିତ ଉଦ୍ଧାର ହେବା ପଛରେ ଯେଉଁ ବ୍ୟକ୍ତିଙ୍କର ପ୍ରମୁଖ ଭୂମିକା ରହିଛି, ସେ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ହାତ ଯୋଡି ପୁଅକୁ ବଞ୍ଚାଇଥିବାରୁ କୃତଜ୍ଞତା ଜଣାଉଛନ୍ତି ।

ଭୁପେଶ ବାଘେଲ ଯେତେବେଳେ ରାହୁଲକୁ ଭେଟି ବାହାରିଥିଲେ ସେହି ସମୟରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବାକୁ ଯାଇ ତାଙ୍କ ଗୋଡ ତଳେ ପଡିଯାଇଥିଲେ ରାହୁଲଙ୍କ ମା । ଆଉ ଜଣେ ମାର ଆବେଗକୁ ବୁଝି ତାଙ୍କୁ ତଳୁ ଉଠାଇ ମୁଣ୍ଡକୁ ଆଉଁସି ଦେଇଥିଲେ ବାଘେଲ ।

ଶୁକ୍ରବାର ସନ୍ଧ୍ୟାରେ ଯେତେବେଳେ ରାହୁଲ ବୋରୱେଲ ଭିତରେ ଖସି ପଡିଥିଲା ସେତେବେଳେ ତାର ସୁରକ୍ଷିତ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଉ ଅପରେସନ ରାହୁଲ ଆରମ୍ଭ ହେବା ଦିନଠୁ ଉଦ୍ଧାରକାର୍ଯ୍ୟର ମନିଟରିଂ କରୁଥିଲେ ଖୋଦ ମୁଖ୍ୟମନ୍ତ୍ରୀ । ଦୂରରେ ଥିଲେ ବି ଉଦ୍ଧାର କାର୍ଯ୍ୟର ପ୍ରତିଟି ମୁହୂର୍ତକୁ ନିଜେ ଅନୁଧ୍ୟାନ କରୁଥିଲେ । ରାହୁଲଙ୍କୁ ଉଦ୍ଧାର ବେଳେ ମୋବାଇଲରେ ସେହି ଦୃଶ୍ୟକୁ ଦେଖିଥିଲେ  । ଆଉ ତାପରେ କଥା ହୋଇଥିଲେ । ଭୁପେଶ ବାଘେଲଙ୍କ ଏହି କାର୍ଯ୍ୟକୁ ସାରାଦେଶରେ ପ୍ରଶଂସା କରାଯାଉଛି ।