ଉଦ୍ଧାରକାରୀଙ୍କୁ ନବୀନଙ୍କ ଶୁଭେଚ୍ଛା। ରାହୁଲ ସାହୁଙ୍କ ଉଦ୍ଧାରରେ ନିୟୋଜିତ ସମସ୍ତଙ୍କ କାମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା।

181

କନକ ବ୍ୟୁରୋ: ବୋରୱେଲରୁ ରାହୁଲକୁ ଉଦ୍ଧାରରେ ପ୍ରମୁଖ ଭୂମିକା ନେଇଥିବା ଭାରତୀୟ ସେନା, ଏନଡିଆରଏଫ, ଏସଡିଆରଏଫ ଏବଂ ଅନ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ନବୀନ ସମସ୍ତଙ୍କ କାର୍ଯ୍ୟର ପ୍ରଶଂସା କରି ଶୁଭେଚ୍ଛା ଜଣାଇଛନ୍ତି । ଗତକାଲି ୧୦୦ ଘଣ୍ଟାରୁ ଅଧିକ ସମୟର ଅପରେସନ ପରେ ରାହୁଲକୁ ଛତିଶଗଡ ଜାଞ୍ଜଗିର-ଚାମ୍ପା ଅଞ୍ଚଳରେ ଥିବା ଗଭୀର ବୋରୱେଲରୁ ଉଦ୍ଧାର କରାଯାଇଥିଲା । ଏଥିରେ ସମସ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ସେପଟେ ନବୀନ ରାହୁଲ ଆଶୁଆରୋଗ୍ୟ କାମନା ମଧ୍ୟ କରିଛନ୍ତି ।